www.samajalive.in
Tuesday, December 9, 2025
26.1 C
Bhubaneswar

ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁସଂଖ୍ୟା ୧୨୩୪ ଛୁଇଁଲା

ଜାକର୍ତ୍ତା/ନୂଆଦିଲ୍ଲୀ : ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପରେ ଘଟିଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀ ଜନିତ ମୃତ୍ୟୁସଂଖ୍ୟା ୧୨୩୪କୁ ବୃଦ୍ଧି ପାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଇଣ୍ଡୋନେସିଆ ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର କହିବା କହିବା ଅନୁଯାୟୀ ଉଦ୍ଧାରକାରୀ ଦଳ ଏବେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛନ୍ତି। ସୁନାମୀ ହେବାର ୭ଦିନ ବିତିଯାଇଥିବାବେଳେ ଏବେ ବି ଭଗ୍ନାବଶେଷ ମଧ୍ୟରେ ଲୋକେ ଜୀବିତ ରହିଥିବା ଆଶା କରାଯାଇଛି। ପାଲୁ ସହରସ୍ଥିତ ରୋଆ ରୋଆ ହୋଟେଲରେ ୫୦ରୁ ଅଧିକ ଲୋକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି। ସୁନାମୀ ଯୋଗୁଁ ୬୦ହଜାର ଲୋକ ବାସଗୃହ ହରାଇଛନ୍ତି। ସେମାନଙ୍କୁ ଏବେ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ପାଲୁ ସହରରେ ୩ଲକ୍ଷ ଲୋକ ପ୍ରଭାବିତ ହୋଇଛି।
ସୁନାମୀ ବିପର୍ଯ୍ୟୟର ମୁକାବିଲା ପାଇଁ ଇଣ୍ଡୋନେସିଆ ସରକାର ଆନ୍ତର୍ଜାତିକ ସହାୟତା ଲୋଡିଥିବାବେଳେ ଭାରତ ସରକାର ମଙ୍ଗଳବାର ରିଲିଫ ସାମଗ୍ରୀ ପଠାଇଛନ୍ତି। ଭାରତୀୟ ନୌସେନା ଏହାର ତିନିଟି ଜାହାଜ ଆଇଏନଏସ ତିର, ସୁଜାତା ଓ ସାର୍ଦୁଳକୁ ଇଣ୍ଡୋନେସିଆ ପଠାଇଛି। ସେହିପରି ବାୟୁସେନା ଗୋଟିଏ ସି-୧୩୦ଜେ ଓ ଗୋଟିଏ ସି-୧୭ ପରିବହନ ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ଓ ଡାକ୍ତରୀ ଦଳ ପଠାଇଛି। ଜଣେ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ସକାଳେ ଇଣ୍ଡୋନେସିଆ ଅଭିମୁଖେ ଯାଇଥିବା ତିନିଟି ଯୁଦ୍ଧ ଜାହାଜରେ ୩୦ହଜାର ଲିଟର ପାଣି ବୋତଲ, ୧୫୦୦ ଲିଟର ଜୁସ୍‍ ପ୍ୟାକେଟ୍‍, ୫୦୦ଲିଟର କ୍ଷୀର, ୭୦୦ କିଲୋ ବିସ୍କୁଟ ଓ ୨୦ଟି ତମ୍ବୁ ପଠାଯାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories