www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗାନ୍ଧୀ ଜୟନ୍ତୀ ପାଳିତ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗାନ୍ଧୀ ଜୟନ୍ତୀ ମହାସମାହୋରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହେବା ସହିତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ଫ୍ଲାଗକାର୍ଡ ଧରି ସ୍ୱଛ ଭାରତ ନିମନ୍ତେ ସଚେତନତା ବାର୍ତ୍ତା ଦେଇ ବିଭିନ୍ନ ଗାଁ ଓ ସାହି ପରିକ୍ରମା କରିଥିଲେ। ଘର ଆଗରେ ଅଳିଆ ଆବର୍ଜନା ନପକାଇବା, ନିଜ ଗାଁ ପରିବେଶକୁ ସଫା ରଖିବା ଆଦି ଭିନ୍ନଭିନ୍ନ ପ୍ରକାର ଫ୍ଲାଗକାର୍ଡ ଛାତ୍ରଛାତ୍ରୀମାନେ ହାତରେ ଧରିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଆରଡିପୀଠ ଏକ ଶୈବକ୍ଷେତ୍ର ହୋଇଥିବାରୁ ପ୍ରତିଦିନ ଏହି ପର୍ଯ୍ୟଟନସ୍ଥଳକୁ ସହସ୍ରାଧିକ ପର୍ଯ୍ୟଟକମାନେ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟଟନସ୍ଥଳକୁ ସଫା ସୁତୁରା ରଖିବା ପାଇଁ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇଥିଲେ। ଏହି ଅଭିଯାନରେ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ନାୟକ, ସହକାରୀ ଶିକ୍ଷକ ଉମାକାନ୍ତ ମଲିକ, ସରୋଜିନ ବିଶ୍ୱାଳ, ଦେବସ୍ମିତା ପାଢୀ, ସୁନିତା ବାରିକ, ମାଳତୀଲତା ମହାକୁଡ, ବିକାଶ ସାହୁଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories