www.samajalive.in
Monday, December 8, 2025
16.1 C
Bhubaneswar

ଜଗନ୍ନାଥ ଭଜନ ଗାଇଲେ ହ୍ୟୁମାନ ସାଗର

ସାଲେପୁର: ଅନେକ ବାଦ ବିବାଦ ପରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରଠାରେ ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ସମୟରେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବର ୪ର୍ଥ ସଂଧ୍ୟାରେ ଆଧୁନିକ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶ୍ରୀଜଗନ୍ନାଥ ଭଜନ ଗାଇ ଦର୍ଶକ ଗହଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଶ୍ରୀଜଗନ୍ନାଥ ଭଜନ ହ୍ୟୁମାନ ସାଗର ଗାଇବା ପାଇଁ ଅନେକ ଶ୍ରୋତା ଓ ଓଡ଼ିଶାବାସୀ ଦୀର୍ଘ ଦିନ ଧରି ଦାବି କରୁଥିବା ବେଳେ ହ୍ୟୁମାନ ସାଗର କିନ୍ତୁ ଜଗନ୍ନାଥ ଭଜନ ଗାଉ ନଥିଲେ। କିନ୍ତୁ ଏଠାରେ ହ୍ୟୁମାନ ସାଗର ଶ୍ରୀଜଗନ୍ନାଥ ଭଜନ ଗାଇ ହଜାର ହଜାର ଦର୍ଶକଙ୍କୁ ବିମୁଗ୍ଧ କରି ଦେଇଥିଲେ। ଏନେଇ ହ୍ୟୁମାନ ସାଗର କହିଛନ୍ତି ଯେ, ଜଗାର ଡୋରି ଲାଗି ନଥିଲା, ଆଉ ଯେତେବେଳେ ଡୋରି ଲାଗିଲା ସେ ପ୍ରଭୁଙ୍କ ଭଜନ ଗାଇଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories