www.samajalive.in
Sunday, December 14, 2025
19.1 C
Bhubaneswar

ଜୀବନ ଦେଉଛି ରଙ୍ଗ ତୁଳୀ, ବିଶ୍ୱ ଦେଖୁଛି ଗୋପାଳଙ୍କ କଳା କାରିଗରୀ

ଧାମନଗର:  ଖଣ୍ଡ ବିଖଣ୍ଡିତ ଚକ୍ ହେଉ ଅବା ଫାଇବର ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି ମୂର୍ତ୍ତି ସବୁ । ସହରି ସଭ୍ୟତାଠୁ ଗାଁ ଚଳଣି । ଦେବାଦେବୀଙ୍କ ମୂର୍ତ୍ତିଠୁ ଭାରତ ମାତାର ପ୍ରତିମୂର୍ତ୍ତିର ଆକର୍ଷଣ ସାରା ବିଶ୍ବକୁ ତାଙ୍କ କଳା କାରୀଗରୀ ପ୍ରତି  ଆକୃଷ୍ଟ କରିଛି । ସେ କଲମର କାଳି ହେଉ ଅବା ରଙ୍ଗ ତୁଳୀ । ସତ୍ତା ବିହିନ ପ୍ରତିମୂର୍ତ୍ତିରେ ଦେଉଛି ଜୀବନ୍ତ ଜୀବନ୍ୟାସ । ଗାଁ ଚାଟଶାଳିରୁ ଆମେରିକା ଯାଏ ସାରା ବିଶ୍ୱ ଦେଖିଛି ତାଙ୍କ ରଙ୍ଗ ଛିଟାର କାରିଗରୀ । ରୁଷ ଓ ୟୁକ୍ରେନ ମଧ୍ୟରେ  ଲାଗିରହିଥିବା ଯୁଦ୍ଧ ସଙ୍କଟକୁ ରୋକିବାକୁ ତାଙ୍କର ବାଲୁକା ଚିତ୍ର  ସାରା ବିଶ୍ବକୁ ସଚେତନତାର ବାର୍ତ୍ତା ଦେଉଛି । ଓଡ଼ିଶାର କଳାକୁ ବଞ୍ଚାଇ ରଖିବା ସହ ଆମେରିକା ଯାଇ ନିଜର କଳାକୁ ପ୍ରଦର୍ଶନ କରୁଥିବା ଏଇ ଓଡିଆ ପୁଅ ଗୋପାଳ ଖେଳନା ଧରିବା ବୟସରେ ତାଙ୍କ ହାତ ରଙ୍ଗ ତୁଳୀକୁ ସ୍ପର୍ଶ କରିଛି । ଅଜାଣତେ ରଫ ଖାତା ପୃଷ୍ଟାରେ ଆଙ୍କି ଦେଇଛି ଅନେକ ଜୀବନ୍ତ ଛବି ।

ବୟସ ବଢ଼ିବା ସହ ସେଦିନର ଗାଁର ସେଇ କୁନି ବାଳକଟି ଆଜି ସାରା ବିଶ୍ବକୁ ତାଙ୍କ ନିଖୁଣ କାରିଗରୀ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚୁଡାକୁଟି ପଞ୍ଚାୟତ ସୋରିଷ ଢିଅ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ ସାମଲ । ପିଲାବେଳୁ କଳାକୁ ଆପଣେଇ ନେଇଥିବା ଗୋପାଳ ଏବେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତର ପଞ୍ଜାବ, ଗୁଜରାଟ, ହରିୟାଣା, ଉତ୍ତରାଖଣ୍ଡ, ୟୁପି ଓ ହରିଦ୍ୱାର ଆଦି ରାଜ୍ୟର ନିଜର ହାତ ସ୍ପର୍ଶରେ ନିର୍ମିତ ମୂର୍ତ୍ତି ତିଆରି କରି ବେଶ ଲୋକପ୍ରିୟତା ଅର୍ଜନ କରିବା ସହ ଏବେ ଦେଶ ବାହାରେ ନିଜର କଳାକୃତି ମଧ୍ୟ ବେସ ଲୋକ ପ୍ରୟତା ଅର୍ଜନ କରିଛି । ନିକଟରେ ଆମେରିକା ପାଇଁ ବଇନା ଥିବା ୪୦୦ ଭାରତ ମାତା ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଗୋପାଳ ।

- Advertisement -

କେବଳ ଆମେରିକା ନୁହେଁ କାନାଡ଼ା, ଇଂଲଣ୍ଡ, ନେଦରଲ୍ୟାଣ୍ଡ ଓ ସୁରିମନ ଭଳି ଦେଶକୁ ନିଜ ହାତ ତିଆରି ଫାଇବର , ଚକ ଓ ସିମେଣ୍ଟ ମାଧ୍ୟମରେ ନିର୍ମିତ ରାମଦରବାର, ଶିବ, ରାଧାକୃଷ୍ଣ, ଜଗନ୍ନାଥ, ଭାରତମାତା ଓ ଗଣେଶ ମୂର୍ତ୍ତି ନିର୍ମାଣ କରି ପଠାଇବା ସହ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଗୋପାଳ । ଓଡ଼ିଶାରେ ଯେପରି ବେକାରି ସମସ୍ୟା ଲାଗି ରହିଛି ତାକୁ ଦୃଷ୍ଟିରେ ରଖି ଗୋପାଳ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କିଛି ଯୁବ କଳାକାର ମାନଙ୍କୁ ମଧ୍ୟ ଏଇ ମୂର୍ତ୍ତି କାର୍ଯ୍ୟରେ ଲଗାଇବା ସହ ସେମାନେ ମଧ୍ୟ ବେଶ ଦୁଇ ପଇଶା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରି ବେଶ ଖୁସି ଅଛନ୍ତି । ଗୋପାଳ ନିକଟରେ ଚାଟଶାଳି ଶିକ୍ଷକ ନନ୍ଦ ସାର, ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ କଳାକାର ସ୍ୱର୍ଗତ ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ୱାମୀ ବିବେକାନନ୍ଦ ଓ ସୁଭାଷ ଚନ୍ଦ୍ର ବୋଷଙ୍କର ଚକ୍ ଖଡିରେ ମୂର୍ତ୍ତି ନିର୍ମାଣ କରି ଓଡିଶାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

ଓଡିଶା ମାଟିର ବାସ୍ନାକୁ ଭାବନାର ରଙ୍ଗ ତୁଳିରେ ନିଖୁଣ ମୂର୍ତ୍ତି ମଧ୍ୟମରେ ସାରା ବିଶ୍ୱରେ ଓଡ଼ିଆ ପୁଅ ଗୋପାଳଙ୍କ ଏପରି କାରିଗରୀ ଆଗାମୀ ଦିନରେ ଅନେକ ଯୁବ ପିଢିଙ୍କୁ ଏଇ କଳାକୃତି ପ୍ରତି ଆକୃଷ୍ଟ କରିବା ସହ ସେ କହିଥିବା ପଦୁଟିଏ କଥା “ମୋ ଜୀବନ ରଙ୍ଗ ତୁଳି କେବେ ଛାଡିବିନି ତାକୁ ଧରିଥିବି ଜାବୁଡି”  ସମସ୍ତଙ୍କ ମନରେ ଓଡିଶାର ସଂସ୍କୃତି ଐତିହ୍ୟ ପରମ୍ପରାକୁ ହୃଦୟରେ ସ୍ଥାନ ଦେବାକୁ ସଫଳ ହୋଇପାରିବ । ସରକାରଙ୍କ ଗୋପାଳଙ୍କ ପ୍ରତି ସୁଭ ଦୃଷ୍ଟି ପଡିଲେ ଗାଁ ମାଟିର ଏଇ ଓଡ଼ିଆ ପୁଅ ତାର ଅସୁମାରୀ ସୋପ୍ନକୁ କଳା  କ୍ଷେତ୍ରରେ ବେଶ ପ୍ରୋତ୍ସାହନ ମିଳିବ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories