www.samajalive.in
Monday, December 15, 2025
16.1 C
Bhubaneswar

ନନ୍ଦନକାନନ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ : ପର୍ଯ୍ୟଟକ ଲହୁ ଲୁହାଣ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସଫାରୀ ବସ୍‌କୁ ନେଇ ବିବାଦ ଥମୁନାହିଁ। ପ୍ରଥମେ ଠିକା ପ୍ରସ୍ତାବ (ଟେଣ୍ଡର) ସମୟରେ ହୋଇଥିବା ସର୍ତ୍ତ ଖିଲାପ କରି ବିନା କାଗଜପତ୍ରରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଥିବା ଅଭିଯୋଗ ହୋଇଥିଲା। ଏବେ ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ପୁଣି ବିବାଦରେ ଫସିଛନ୍ତି। ଏ ନେଇ ପର୍ଯ୍ୟଟକମାନେ ରବିବାର ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଛତିଶଗଡ଼ ରାୟପୁରର ୨୬ଜଣ ପର୍ଯ୍ୟଟକ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ। ସଫାରୀରେ ବୁଲିବା ପାଇଁ ଅପରାହ୍ଣରେ କାଉଣ୍ଟରରେ ପହଞ୍ଚିଥିଲେ ସୁଦ୍ଧା ସେମାନଙ୍କୁ ବୁଲିବା ପାଇଁ ସୁଯୋଗ ମିଳିନଥିଲା। ଏହାକୁ ନେଇ ସଫାରୀ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। ସେମାନେ ଏହାକୁ ବିରୋଧ କରିବାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବ୍ୟା‌େ‌ଟରିଗାଡ଼ି ଓ ସଫାରୀ କର୍ମଚାରୀ ଏକାଠି ହୋଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ ରଡ୍‌ରେ

ମାରପିଟ୍ କରି ରକ୍ତାକ୍ତ କରିଥିଲେ। ନନ୍ଦନକାନନ ନିିିରାପତ୍ତା ବିଭାଗ ବନାଞ୍ଚଳ ଅଧିକାରୀଙ୍କଠାରୁ ସୂୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ନେଇ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଶ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରିଛି।
ଅନ୍ୟପଟେ ସଫାରୀ କର୍ମଚାରୀ ଦାଶରଥି ସିଂ ନନ୍ଦନକାନନ ଥାନାରେ ପାଲଟା ଅଭିଯୋଗ କରିିିଥିଲେ ମଧ୍ୟ ପୁଲିିସ ପକ୍ଷରୁ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ନନ୍ଦନକାନନ ଉପନିର୍ଦେଶକ ଡ.ସଞ୍ଜିତ କୁମାର ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories