www.samajalive.in
Sunday, December 14, 2025
19.1 C
Bhubaneswar

୨୬% ଲୋକ ଖୋଲାରେ ମଳତ୍ୟାଗ କରୁଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ତାଙ୍କର ସ୍ୱଚ୍ଛ ଭାରତ ଅଭିଯାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଏହା ପଛରେ ଉଦ୍ଦେଶ୍ୟ ଥିଲା, ଦେଶର ପ୍ରତ୍ୟେକ ପରିବାରକୁ ଏକ ଜଳମୁଦ ପାଇଖାନା ଯୋଗାଇଦେବା। ଇତିମଧ୍ୟରେ ଅନେକ ରାଜ୍ୟ ଏବଂ ଶତାଧିକ ଜିଲା ଏ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ନିଜଆଡୁ ଦାବିକରି ଅନେକ ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନକଥା କହୁଛି। ଏବେ ବି ଦେଶର ପ୍ରାୟ ୨୬% ଲୋକ ଖୋଲାରେ ମଳତ୍ୟାଗ କରୁଥିବା ସ୍ୱୀକାର କରିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୩୫ କୋଟି, ଯାହା ଆମେରିକା ଜନସଂଖ୍ୟା ପ୍ରାୟତଃ ସମାନ। ଏହି ଲୋକଙ୍କ ଘରେ ଆଧୁନିକ ଏବଂ ବ୍ୟବହାରଯୋଗ୍ୟ ପାଇଖାନା ନଥିବା ସଦ୍ୟତମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାଯାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ବିହାରରେ ବାସ କରୁଛନ୍ତି। ବିହାରର ୪୪% ଲୋକ ଖୋଲାରେ ମଳତ୍ୟାଗ କରୁଥିବାବେଳେ ତାମିଲନାଡୁରେ ପ୍ରାୟ ୩୪% ଲୋକ ଏହି ପୁରୁଣା ଅଭ୍ୟାସକୁ ଛାଡିନାହାନ୍ତି। ତେବେ କେରଳରେ ସର୍ବନିମ୍ନ ୦.୪% ଲୋକ ଖୋଲାରେ ମଳତ୍ୟାଗ କରୁଥିବା ସର୍ବେକ୍ଷଣରୁ ଜଣାଯାଇଛି। ଏଥିରୁ ସ୍ୱଚ୍ଛ ଭାରତ ଅଭିଯାନ ଏବେ ମଧ୍ୟ କାର୍ଯ୍ୟକାରିତା ସ୍ତରରେ ରହିଥିବା କୁହାଯାଇଛି। ଏଥିରୁ ଆଉ ମଧ୍ୟ ଜଣାଯାଇଛି ଯେ ଦେଶରେ ଜାତୀୟ ସ୍ତରରେ ମୋବାଇଲ ଫୋନର ବ୍ୟବହାର ହାରାହାରି ୯୩% ରହିଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ମାତ୍ର ୫୪% ରହିଛି। ସ୍ମାର୍ଟଫୋନ ବ୍ୟବହାର କ୍ଷେତ୍ରରେ ମହିଳାମାନେ ବହୁ ପଛରେ ରହିଥିବା ସର୍ବେକ୍ଷଣରେ କୁହାଯାଇଛି।
ଦେଶର ମଧ୍ୟମ ବର୍ଗ ଓ ସେମାନଙ୍କ କ୍ରୟ କରିବାର ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ଏହି ସର୍ବେକ୍ଷଣରେ ନୂତନ ଆଲୋକପାତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୭.୫% ଭାରତୀୟଙ୍କ ନିକଟରେ କାର୍‍ ରହିଛି। ଏହି ସଂଖ୍ୟା ପ୍ରାୟ ୧୦ କୋଟି ହେବ, ଯାହା ପରିବାର ଆକାରରେ ହିସାବ କଲେ ପ୍ରାୟ ୨୫ ନିୟୁତ। ଅନୁରୂପ ଭାବରେ ୨୪% ଭାରତୀୟଙ୍କ ଘରେ ଏୟାର କଣ୍ଡିସନର ରହିଥିବା ଜଣାଯାଇଛି, ଯାହାର ସଂଖ୍ୟା ପରିବାର ଦୃଷ୍ଟିରୁ ୯୦ ନିୟୁତ। ଅନ୍ୟପକ୍ଷରେ ଦେଶର ୧୨୫ ନିୟୁତ ବା ୩୮% ପରିବାରରେ ରେଫ୍ରିଜେରେଟର ରହିଛି। ଏସବୁ ସହିତ ୧୭୫ ନିୟୁତ ପରିବାର ବା ୫୦%ଙ୍କ ନିକଟରେ ଦୁଇଚକିଆ ଗାଡି ରହିଛି। ରିପୋର୍ଟରେ କୁହାଯାଇଛି ଯେ ୮% ଭାରତୀୟ ପରିବାର ପ୍ରାଚୁର୍ଯ୍ୟରେ ବାସ କରୁଥିବାବେେଳେ ୩୦% ମଧ୍ୟମ ବର୍ଗର ଏବଂ ଆଉ ୨୦% ମଧ୍ୟମ ବର୍ଗର ହେବା ଦିଗରେ ଅଗ୍ରସର ହେଉଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories