www.samajalive.in
Sunday, December 7, 2025
14.1 C
Bhubaneswar

ପରିତ୍ୟକ୍ତ ଜମିରୁ ମଣିଷ କଙ୍କାଳ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚିତ : ୩ କୋର୍ଟ ଚାଲାଣ 

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ପୁଲିସ ଏକ ନିଖୋଜ ଯୁବକ ଲତୀଫୁଲ ଆନସାରୀଙ୍କ ବଡ ଭାଇ ସୈଫୁଲ ଅନସାରୀଙ୍କ ଏତଲାକୁ ନେଇ ଦୀର୍ଘ ଏକ ବର୍ଷ ପରେ ଡାବରୀ ଗ୍ରାମ ନିକଟରେ ଥିବା ରେଳବାଇ ପରିତ୍ୟକ୍ତ ଚାଷ  ଜମିରୁ ଜେସିବି ସାହାଯ୍ୟ ଖୋଳି ଏକ ମଣିଷ କଙ୍କାଳ ଉଦ୍ଧାର କରିଛି। କଙ୍କାଳଟି ସେହି ନିଖୋଜ ଯୁବକର ନାଁ ଅନ୍ୟ କାହାର କଣ୍ଟାବାଞ୍ଜି ପୁଲିସ ତଦନ୍ତ ଜାରି ରଖି  ଡ଼ିଏନଏ ଟେଷ୍ଟର ସାହାରା ନେଇ ଥିଲା। ଭୁବନେଶ୍ୱର ଫୋରେନସିକ ଲାବରୋଟାରୀରୁ ରିପୋର୍ଟ ହସ୍ତଗତ ହେବାପରେ ଏକ ପୁଲିସ ଟିମ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲା ମଣ୍ଡଳ ଥାନା ଅନ୍ତର୍ଗତ ସାକରା ଅଞ୍ଚଳରୁ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରି କଣ୍ଟାବାଞ୍ଜି ଆଣିବାକୁ ସକ୍ଷମ ହୋଇଛି। ତେବେ ଏହି ହତ୍ୟାକାଣ୍ଡରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । ବଲାଙ୍ଗୀର ସାଇଣ୍ଟିଫିକ ଟିମ ସାହାଯ୍ୟରେ ପୁଲିସ ଅଭିଯୁକ୍ତ ମାନଙ୍କୁ ନେଇ ହତ୍ୟାକାଣ୍ଡଠୁ ଜେସିବି ସାହାଯ୍ୟରେ ଗାତ ଖୋଲି ପୋତିବା ସ୍ଥାନକୁ ନେଇ ପୋଲିସ ସିନ ରିକ୍ରିଏସନ କରିଛି।
ଶନିବାର କଣ୍ଟାବାଞ୍ଜି ପୁଲିସ ତରଫରୁ ସାମ୍ବାଦିକ ସମ୍ମିଳନୀରେ  ଏସଡ଼ିପିଓ ଡ଼ ହୃଷିକେଶ ମେହେର ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ସହନାୱାଜ ଅଂସାରୀ (୨୪), ଅଫରୋଜ ଅଂସାରୀ (୨୧), ସହିଦ ଅଂସାରୀ (୨୨)ଙ୍କୁ ଗିରଫ କରିବା ସହ, ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର,  ଧାରୁଆ ଛୁରୀ, ଶାବଳ, ଫାଉଡା, ଲୁହା ଏଙ୍ଗଲ ଓ ପୂର୍ବରୁ ଗତ ଜାନୁଆରୀ ମାସରେ ଲତୀଫୁଲର କଙ୍କାଳ ଉଦ୍ଧାର ସମୟରେ, ତାର ଜୋତା, ପ୍ୟାଣ୍ଟର କିଛି ଅଂଶ, କମ୍ବଳ ମୋବାଇଲ ଚାର୍ଜର, ବ୍ୟାଗ ଇତ୍ୟାଦି  ଉଦ୍ଧାର କରିଥିଲା। ଲତୀଫୁଲର ବାପା ଓ ଭାଇ ସେ ସବୁକୁ ଚି଼ହ୍ନଟ କରିଥିଲେ। କଣ୍ଟାବାଞ୍ଜି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଥିବା ପୁଲିସ ସୂଚନା ଦେଇଛି।
ସୂଚନା ମୁତାବକ  ୨୦୨୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର ପେଟି ଠିକାଦାର ମୁକ୍ତାର ଆନସାରୀ କିଛି ଶ୍ରମିକଙ୍କୁ ନେଇ ରେଳବାଇ ଠିକା କାମ କରିବାକୁ ଆଣିଥିଲେ। ଲତୀଫୁଲ ଅଂସାରୀଙ୍କ ସହ ଏହି ଅଭିଯୁକ୍ତ ମାନେ ଏକାଠି  କାମ କରୁଥିଲେ। ଅନେକ ସମୟରେ କାମ ଧନ୍ଦାକୁ ନେଇ ଶ୍ରମିକଙ୍କ ସହ ନିତିଦିନିଆ ଝଗଡା ଲାଗିରହିଥାଏ। ତେବେ ଏହି ୩ ଅଭିଯୁକ୍ତଙ୍କ ସହ ଅନ୍ୟ ଶ୍ରମିକ ଯୋଜନା ବଦ୍ଧ ଭାବେ ପ୍ରଥମେ ମଦ୍ୟପାନର ଅସାର ଜମାଇ ଲତୀଫୁଲକୁ ମାଂସ କଟା ଧାରୁଆ ଛୁରୀରେ ନିର୍ମମ ଭାବେ ହତ୍ୟା କରି ଥିବା ଓ ହତ୍ୟା ପରେ ପ୍ରାୟ ୨କିଲୋମିଟର ଦୂର ଦାବିରୀ ଗାଁ ରେଳ ପୋଲ ତଳ ଏକ ପରିତ୍ୟକ୍ତ ଜମିରେ ଜେସିବି ମେସିନ ସାହାଯ୍ୟରେ ଗାତ ଖୋଳି ପୋତି ଦେଇ ଥିଲେ। କରା ଗାଁ ରୁ ଆସିଥିବା ସମସ୍ତ ଶ୍ରମିକ ଠିକା କାମ ସାରିବା ପରେ ନିଜ ନିଜ ଘରକୁ ଫେରି ଯାଇଥିଲେ, ହେଲେ ଠିକାଦାର ଙ୍କ ପାଖରେ କାମ କରୁଥିବା  ଲତୀଫୁଲ ଆନସାରୀ ଘରକୁ ଫେରି ନ ଥିଲେ, ପରେ ପରିବାର ଲୋକଙ୍କୁ ଠିକାଦାର ଲତୀଫୁଲ କୁଆଡେ ନିଖୋଜ ହୋଇ ଯାଇଥବା ଜଣାଇବା ପରେ ଲତୀଫୁଲର ଭାଇ କଣ୍ଟାବାଞ୍ଜି ଆଖ ପାଖ ଅଞ୍ଚଳରେ ବହୁ ଖୋଜା ଖୋଜି ପରେ ସନ୍ଧାନ ନପାଇ, କଣ୍ଟାବାଞ୍ଜି ଥାନାରେ ୨୦୨୦ ନଭେମ୍ବର ୧୬ ତାରିଖ ଦିନ ଲିଖିତ ଅଭିଯୋଗ କଲା ପରେ, ପୁଲିସ ତରଫରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ହେଲେ ପୁଲିସ ସେହି ସମୟରେ କୋଣସି ପ୍ରକାର ପଦକ୍ଷେପ ନେଇନଥିଲା। ପରେ ନିଖୋଜ ଯୁବକର ବାପା ନିଜ ଗ୍ରାମର ଅନ୍ୟ ଶ୍ରମିକଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅକୁ କଣ୍ଟାବାଞ୍ଜି ଅଞ୍ଚଳରେ ମାରି ପୋତିଦେଇଥବା ଜାଣିବାକୁ ପାଇଲେ, ପରେ ଯୁବକର ବାପା ମନନ ଅଂସାରୀ  ଗତ ୨୦୨୧ ଡିସେମ୍ବର ୩୧ତାରିଖ ଦିନ ଥାନାକୁ ଆସି ପୁଣି ଥରେ ତାଙ୍କ ପୁଅକୁ ମାରିଦେଇଥିବା ନେଇ ଏତଲା ଦେଇଥିଲେ, ପରେ ପୁଲିସ ତଦନ୍ତ ଜାରୀ ରଖି ଥିବା ବେଳେ କୋଣସି ସୂତ୍ରରୁ ସୁରାକ ପାଇ  ଡାବରୀ ଗ୍ରାମରେ ପହଞ୍ଚି ଏକ ପରିତ୍ୟକ୍ତ ଜମିରୁ ଏକ ହାଡ଼ ଉପରକୁ ବାହାରି ଥିବା ଦେଖିବାକୁ ପାଇଥିଲା, ପରେ ପୁଲିସ ସ୍ଥିତିକୁ ଦେଖି ସେହି ସ୍ଥାନକୁ ଜେସିବିରେ ଖୋଳିବା ପରେ ଏକ ନର କଙ୍କାଳର ଖଣ୍ଡ ଖଣ୍ଡ ହାଡ଼ ସେହି ଜମିରୁ ବାହାରି ଥିଲା।ଆଜିର ସାମ୍ୱାଦିକ ସମ୍ମିଳନୀରେ ଏସଡ଼ିପିଓଙ୍କ ସହ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କାନ୍ଦନକେଲ, ତଦନ୍ତକାରୀ ଅଫିସର ସୁଜ୍ଞାନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories