www.samajalive.in
Monday, December 8, 2025
14.1 C
Bhubaneswar

ଅର୍ଥର ଆଶକିନ୍‍, ଗେରାର୍ଡ ମୌରୁ ଏବଂ ଡୋନା ଷ୍ଟ୍ରିକ୍‍ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ୍‍ : ଲେଜର ଫିଜିକ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଅର୍ଥର ଆଶକିନ୍‍, ଫ୍ରାନ୍ସର ଗେରାର୍ଡ ମୌରୁ ଏବଂ କାନାଡାର ଡୋନା ଷ୍ଟ୍ରିକ୍‍ଲାଣ୍ଡ ଚଳିତବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ରୟାଲ ସ୍ୱିଡିଶ ଆକାଡେମି ଅଫ ସାଇନ୍ସ ସଂସ୍ଥାନରେ ନୋବେଲ ପୁରସ୍କାର କମିଟିର ଘୋଷଣା ଅନୁସାରେ ପୁରସ୍କାର ରାଶିର ଅଧା ଆଶକିନ୍‍ ଏବଂ ବାକି ଅଧା ମୌରୁ ଓ ଡୋନାଙ୍କୁ ପ୍ରଦାନ କରାଯିବ। ନୋବେଲ ପୁରସ୍କାର ବାବଦକୁ ମିଳିତ ଭାବେ ତିନି ଜଣଙ୍କୁ ୧.୦୧ ନିୟୁତ ଡଲାର କିମ୍ବା ୮୭୦,୦୦୦ ୟୁରୋ ମିଳିବ। ଅପ୍ଟିକାଲ ଟ୍ୱିଜର୍ସ ଏବଂ ଜୈବିକ ପ୍ରଣାଳୀରେ ଏହାର ଅନୁପ୍ରୟୋଗର ଆବିଷ୍କାର ପାଇଁ ଅର୍ଥର ଆଶକିନ୍‍ଙ୍କୁ ଓ ଉଚ୍ଚ ତୀବ୍ରତାର ଅଲଟ୍ରା-ସର୍ଟ ଅଫ୍ଟିକାଲ ପଲ୍‍ସେସ୍‍ ଆବିଷ୍କାର ପାଇଁ ମୌରୁ ଏବଂ ଡୋନାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ୯୬ ବର୍ଷିୟ ଆଶକିନ୍‍ ବୟସ୍କ ଭାବେ ନୋବେଲ ପାଉଥିବାବେଳେ ୫୫ ବର୍ଷ ପରେ ଜଣେ ମହିଳା ଭାବେ ଷ୍ଟ୍ରିକଲାଣ୍ଡ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଜଣେ ମହିଳା ଭାବେ ମାରି କୁରି ୧୯୦୩ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ।
ଏହା ର୍ପୂବରୁ ସୋମବାର ଦିନ ଚଳିତବର୍ଷର ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଆମେରିକାର ଜେମ୍ସ ଆଲିସନ ଓ ଜାପାନର ତାସୁକୁ ହୋଞ୍ଜଙ୍କ ନାମ ଘୋଷଣା କରାଯାଇଥିଲା। କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଜେମ୍ସ ଆଲିସନ ଓ ତାସୁକୁ ହୋଞ୍ଜଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଡିସେମ୍ବର ୧୦ରେ ଷ୍ଟକହୋମରେ ହେବାକୁ ଥିବା ଉତ୍ସବରେ କିଙ୍ଗ କାର୍ଲ ପଞ୍ଚଦଶ ଗୁସ୍ତାଫ ସେମାନଙ୍କୁ ପୁରସ୍କୃତ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories