www.samajalive.in
Monday, December 15, 2025
14.1 C
Bhubaneswar

ଅର୍ଥ ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ଜମାକାରୀଙ୍କ ଧାରଣା 

ବେଗୁନିଆ : ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସମ୍ପ୍ରସାରିତ ଶାଖାରୁ ଜମାକାରୀ ମାନଙ୍କର ପ୍ରାୟ ଦେଢ଼ କୋଟି ଟଙ୍କା ସମ୍ପୃକ୍ତ ଶାଖାର କର୍ମଚାରୀ ମାନେ ତୋଷରପାତ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଜମାକାରୀ ମାନଙ୍କର ଅଭିଯୋଗ ଉପରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିଲା ।ଫଳରେ ଜମାକାରୀ ମାନେ ଏବେ ନିଜ ନିଜର ଜମା ଟଙ୍କା ପାଇବା ପାଇଁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଥିବାର ଦେଖିବାକୁ ମିଳୁଛି । ଆଜି ଜମାକାରୀ ମାନେ ଥାନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ । ପରେ ବେଗୁନିଆ ପୁଲିସ ଠାରୁ ପ୍ରତିଶ୍ରୁତି ପାଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି ।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସେବା ସମବାୟ ସମିତି ଲିଃ ର ଜମାକାରୀ ମାନଙ୍କର ୧.୫୦କୋଟି ଟଙ୍କା ତୋଷରପାତ ଅଭିଯୋଗରେ ଗତ ଏପ୍ରିଲ ମାସ ୨୭ ତାରିଖରେ ବେଗୁନିଆ ଥାନାରେ ସମ୍ପୃକ୍ତ ଶାଖାରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଶାଖାରେ ଖଟିଖିଆ, ନିରାଶ୍ରୟ ,ବିଧବା , ବୃଦ୍ଧା ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କର ଜମା ଟଙ୍କା ହଡପ କରାଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜମାକାରୀ ମାନେ ଗତ ଅପ୍ରେଲ ମାସ ୨୬ ତାରିଖରେ ଅର୍ଥ ଫେରସ୍ତ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଥିଲା । ଫଳରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ବେଗୁନିଆ ଥାନାରେ ୨୭ ତାରିଖରେ ବୁଦ୍ଧିରାମ ଦାଶ ,ପ୍ରତାପ ତୋଷ ଏବଂ ଶୁଭଲଷ୍ମୀ ସାହୁଙ୍କ ନାମରେ ଅର୍ଥ ତୋଷରପାତ ଅଭିଯୋଗରେ ଏତଲା କରିଛନ୍ତି ।
ବେଗୁନିଆ  ପୁଲିସ ୧୦୨/୨୨ନଂ କେଶ ରୁଜୁ କରି ବସିପଡିଥିବା ବେଳେ ଜମାକାରୀ ମାନେ ଆଜି ପର୍ଯ୍ୟନ୍ତ କାହିଁକି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନାହିଁ ବୋଲି ତାର ପ୍ରତିବାଦରେ ଥାନାରେ କିଛି ସମୟ ପାଇଁ ଧାରଣା ଦେଇଥିଲେ ।ପରେ ବେଗୁନିଆ ପୁଲିସ ଥାନାଅଧିକାରୀ ତାଙ୍କର ପାରିବାରିକ ସମସ୍ୟାକୁ ନେଇ ଛୁଟିରେ ଥିଲେ ,ସେକେଣ୍ଡ ଅଫିସର କୌଣସି ଏକ କାର୍ଯ୍ୟରେ ଗୁଜୁରାଟ ଯାଇଛନ୍ତି । ତା ସତ୍ତ୍ୱେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ବ୍ୟାପକ ତଦନ୍ତ ସାପେକ୍ଷ । ତେଣୁ ବିଳମ୍ବ ହେଲେ ମଧ୍ୟ ସମସ୍ତ ଜମାକାରୀଙ୍କୁ ପୁଲିସ ନିଶ୍ଚୟ ନ୍ୟାୟ ଦେବ । ଜମାଖାତା ଓ ସୋସାଇଟି କାଗଜପତ୍ର ଯାଞ୍ଚ କରିବା ପ୍ରକ୍ରିୟା ପୁଲିସ ଆରମ୍ଭ କରିଛି କହିବା ପରେ ଜମାକାରୀ ମାନେ ଧାରଣାରୁ ଉଠିଯାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories