www.samajalive.in
Sunday, December 14, 2025
26.1 C
Bhubaneswar

ଏହି ପର୍ଯ୍ୟଟନ ଋତୁରେ ବୁଲି ଆସନ୍ତୁ ଛାପର ଅଭୟାରଣ୍ୟ

ଆସୁଛି ଭ୍ରମଣର ଋତୁ। ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ତେବେ ଭାରତର ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ତନ୍ମଧ୍ୟରୁ ରାଜସ୍ଥାନର ଛାପର ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜି ସମ୍ପୂର୍ଣ୍ଣ ନିଆରା। ଖାସ୍ ଏଥିପାଇଁ କାହିଁ କେତେ ଦୂରରୁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସିଥାଆନ୍ତି। ରାଜସ୍ଥାନ ସ୍ଥିତ ଚୋରୁ ଜିଲାର ସୁଜନାଗଡ଼ ତହସିଲରେ ଛାପର ଗାଁ’ ଅବସ୍ଥିତ। ଏହି ଗାଁ’ ନିକଟରେ ତାଳ ଛାପର ଅଭୟାରଣ୍ୟ ରହିଛି। ଏଠାରେ ଦେଖାଦେଉଥିବା କଳା ହରିଣମାନଙ୍କ ପାଇଁ ଏହି ସ୍ଥାନ ସାରା ଭାରତରେ ପ୍ରସିଦ୍ଧ।
କେବଳ କଳା ହରିଣ ନୁହଁନ୍ତି, ବିରଳ ପ୍ରଜାତିର ପକ୍ଷୀଙ୍କ କଳରବ ଏହି ଅଭୟାରଣ୍ୟର ଶୋଭାକୁ ବେଶ୍ ବର୍ଦ୍ଧନ କରେ। ସମୁଦ୍ରପତନ ଠାରୁ ୩୦୨ମିଟର ଉଚ୍ଚରେ ଅବସ୍ଥିତ ଏହି ଅଭୟାରଣ୍ୟଟି ରଙ୍ଗବେରଙ୍ଗର ବିଭିନ୍ନ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ହୋଇଥାଏ। ୱାଟର୍ ଫଲ୍, ଗେଡୱେଲ୍, ପୋଚାର୍ଡ଼, ଆଭୋକେଟ୍, ପୋଭର୍, ଷ୍ଟଣ୍ଟ, ସେଡପାଇପର୍ ଆଦି ପ୍ରଜାତିର ପକ୍ଷୀ ସବୁ ହେଉଛନ୍ତି ଏହି ଅଭୟାରଣ୍ୟର ବିଶେଷ ଆକର୍ଷଣ। ଏମାନଙ୍କ ସମାହାର ଏହି ପର୍ଯ୍ୟଟନସ୍ଥଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ପକ୍ଷୀଙ୍କ ବ୍ୟତୀତ ଆଉ କିଛି ଦୁର୍ଲଭ ପ୍ରଜାତିର ଜୀବ ଜନ୍ତୁ ମଧ୍ୟ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି।
ସେହିପରି ହଳଦିଆ ଆଖି ଥିବା ପାରା, ୱାଟର ପାଇପେଟ୍, ରେଡ୍ ଟେଲ୍ଡ, ହ୍ୱାଇଟାୟାର୍ ଆଦି ବିରଳ ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳେ। ବିଶେଷ କରି ସେପ୍ଟେମ୍ବରରେ ଏଠାକୁ ଏହି ସବୁ ବିଦେଶୀ ପକ୍ଷୀଙ୍କ ଆଗମନୀ ହୋଇଥାଏ ଏବଂ ଶୀତ ଋତୁରେ ଏମାନେ ବିଦାୟ ନେଇଥା’ନ୍ତି। ସେହିପରି ଏଠାରେ ଗୋଧୂଳି ବେଳାରେ ସୂର୍ୟ୍ୟାସ୍ତ ସମୟର ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ୍‍ ରୋମାଞ୍ଚିତ କରିଥାଏ।

କେମିତି ଯିବେ :

- Advertisement -

ଚୋରୁ ଠାରୁ ୮୫ କିମି ଦୂରରେ ଏହି ଅଭୟାରଣ୍ୟ ଅବସ୍ଥିତ। ପର୍ଯ୍ୟଟକମାନେ ଏଠାକୁ ବସ୍ ରେ ସିଧାସଳଖ ଯାଇପାରିବେ। ସେହିପରି ଏଠାକୁ ଯିବା ପାଇଁ ଟ୍ୟାକ୍ସିର ମଧ୍ୟ ବ୍ୟବସ୍ଥା ରହିଛି।
ବିମାନ ଓ ରେଳପଥ: ଜୟପୁର ବିମାନବନ୍ଦରରୁ ଉକ୍ତ ଅଭୟାରଣ୍ୟର ଦୂରତା ୨୧୫ କିମି। ସେହିପରି ଛାପର ଅଭୟାରଣ୍ୟ ନିକଟରେ ରେଳ ଷ୍ଟେସନ୍ ମଧ୍ୟ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories