www.samajalive.in
Saturday, December 6, 2025
14.1 C
Bhubaneswar

ଝିଅର ଜିଦ୍‍ ଆଗରେ ହାର ମାନିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିଟି ଶିଶୁ ଚାହାନ୍ତି ସେମାନଙ୍କ ପ୍ରଦର୍ଶନ ତାଙ୍କ ପିତାମାତା ନିଶ୍ଚିତ ଦେଖନ୍ତୁ। ସବୁବେଳେ ନ ହେଲେ ମଧ୍ୟ କେତେବେଳେ କେମିତି ଅଭିଭାବକମାନେ ସେମାନଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଶିଶୁମାନେ ଜିଦ୍‍ ଧରିଥାନ୍ତି। ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍‌ଜୁ। ଝିଅର ଜିଦ୍‍ ଆଗରେ ମୋଦୀ କ୍ୟାବିନେଟର ଏହି ମନ୍ତ୍ରୀଙ୍କୁ ହାର ମାନିବାକୁ ପଡ଼ିଛି।
କେନ୍ଦ୍ରମନ୍ତ୍ରୀ ଶେଷରେ ବାଧ୍ୟ ହୋଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଛବି ସେୟାର କରିବା ସହ ଝିଅର ଜିଦ୍‍ ଆଗରେ ତାଙ୍କୁ ହାର ମାନି ସ୍କୁଲକୁ ଆସିବାକୁ ପଡ଼ିଛି ବୋଲି ଲେଖିଛନ୍ତି। ପିତାଙ୍କୁ ସାଙ୍ଗରେ ପାଇ କୋମଳମତି ଏହି ଶିଶୁ ବେଶ୍‍ ଉତ୍ସାହିତ ହୋଇଥିବା ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି। ଏହା ସହ କେନ୍ଦ୍ର ମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ପିତାଙ୍କୁ ସାଙ୍ଗରେ ସ୍କୁଲ ନେଇ ଯିବାକୁ ଝିଅର ଆବେଦନ ଦୃଶ୍ୟମାନ ହେଉଛି। ‘ସ୍କୁଲର ଗ୍ରାଣ୍ଡ ପ୍ୟାରେଣ୍ଟ୍‍ ଡେ ରେ ସର୍ବଦା ମା’ ସାଙ୍ଗରେ ଯାଉଛନ୍ତି ହେଲେ କେବେ ଆପଣ ଯାଉ ନାହାନ୍ତି’ ବୋଲି ଶିଶୁଟି ଅଭିଯୋଗ କରୁଥିବା ଭିଡିଓରେ ଦୃଶ୍ୟମାନ ହେଉଛି। ଉତ୍ତରରେ କେନ୍ଦ୍ରମନ୍ତ୍ରୀ ‘କାର୍ଯ୍ୟାଳୟରେ ବହୁତ କାମ ରହିଛି‘ ବୋଲି କହି ପରିସ୍ଥିତିକୁ ଏଡ଼ାଇ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଝିଅ ତା’ର ଜିଦରେ ଅଡ଼ି ରହିଛି। ଏପରିକି “ବସକୁ କହି ଦିଅ ମୁଁ ଝିଅ ସହ ଆଜି ସ୍କୁଲ ଯିବି’ ବୋଲି ପାଲଟା ଯୁକ୍ତି କରିଛି ସେହି କୋମଳମତି। ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ଝିଅର ଯୁକ୍ତି ଆଗରେ ହାର ମାନିବାକୁ ପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories