www.samajalive.in
Sunday, December 14, 2025
17.1 C
Bhubaneswar

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର

ସାରନଗରୀ: ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଂଏଟ ଓ ସେକ୍ଟର ୨୨ ଏମ୍ପ୍ଲଈଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ତତ୍ୱାବଧାନରେ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ପି.ସି ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ଼ ଜିଲା ପରିଷଦ ଉପାଧକ୍ଷ୍ୟ କମଲ ଲାକ୍ରା, ଟାଙ୍ଗରପାଲୀ ଥାନା ଅଧିକାରୀ ସୁଦର୍ଶନ ପଣ୍ଡା, ଡ଼ାକ୍ତର ଫକୀର ଚରଣ ହୋତା, ଡ଼ାକ୍ତର ବିଷ୍ଣୁପ୍ରିୟା ଦେଇ ଯୋଗ ଦେଇଥିଲେ।

ଅତିଥି ଭାବେ ସାମାଜିକ କର୍ମୀ ବସନ୍ତ କୁମାର ପାଠୀ, ଦୀପକ ଦାଶ, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାନ୍ତି, ଶ୍ରୀଚରଣ ସାମଲ, ରାଜ କିଶୋର ଭଂଜ, ମହେନ୍ଦ୍ର କୁମାର ନନ୍ଦ, ଅଧ୍ୟାପକ ବସନ୍ତ କୁମାର ଦାସ, ସନ୍ତୋଷ ଦାସ ଉପସ୍ଥିତ ଥିଲେ। ହାଇଟେକ ମେଡ଼ିକାଲ କଲେଜ ଚିକିତ୍ସାଳୟ ଡ଼ାକ୍ତରମାନଙ୍କ ଦ୍ୱାରା ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସକାଳ ୯ଟାରୁ ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ ୧.୩୦ମିନିଟରେ ସମାପ୍ତ ହୋଇଥିଲା। ଏଥିରେ ମୋଟ ୧୬୫ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ୯ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ଏହି ଶିବିରକୁ ପରିଚାଳନା କରିବାରେ ଅଧ୍ୟାପକ ସୁନୀଲ ସାମଲ, ଚନ୍ଦ୍ର ଶେଖର ମୁନୀ, ଟ୍ରଷ୍ଟର ସଭାପତି ଶିବ ଶଙ୍କର ନାୟକ, ସମ୍ପାଦକ କ୍ଷୀରୋଦ ପଶାୟତ, ନରେନ୍ଦ୍ର ମଲ୍ଲିକ, ରାଧେଶ୍ୟାମ ଚିକ, ୟୁଧିଷ୍ଠିର ପଶାୟତ, ରାଜେନ୍ଦ୍ର ସୂତାର ସମେତ ଅନ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ। ଅନୁଷ୍ଠ।।ନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories