www.samajalive.in
Monday, December 15, 2025
15.1 C
Bhubaneswar

ଶ୍ରୀଲଙ୍କାରେ ପୁଣି ତେଜିଲା ବିଦ୍ରୋହ

କଲମ୍ବୋ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ବିଦ୍ରୋହ ଆରମ୍ଭ ହୋଇଛି । ବିଦ୍ରୋହକୁ ଦମନ ପାଇଁ ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫ୍ୟୁକୁ ଉଠାଇ ଦିଆଯିବା ପରେ ଶୁକ୍ରବାର ମଧ୍ୟରାତ୍ରରୁ ଲୋକେ ବିକ୍ଷୋଭ ଆରମ୍ଭ କରିଛନ୍ତି । ଶନିବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ପାଇଁ କର୍ଫ୍ୟୁ ଉଠାଇ ଦିଆଯାଇଛି । ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେଙ୍କ ବାସଭବନ ଆଗରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକେ କହିଛନ୍ତି ଯେ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ବିକ୍ରମସିଂହେଙ୍କ ମଧ୍ୟରେ ରାଜନୈତିକ ବୁଝାମଣା ହୋଇଛି ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦା ରାଜପକ୍ଷଙ୍କୁ ଗିରଫ କରିବା ଲାଗି ଲୋକେ ଦାବି କରିଛନ୍ତି। ବିକ୍ଷୋଭକାରୀମାନେ କହିଛନ୍ତି​‌ ଯେ ସେମାନେ ବିକ୍ରମସିଂହେଙ୍କୁ ବିଶ୍ବାସ କରୁ ନାହାନ୍ତି। ସେ ରାଜପକ୍ଷ ପରିବାରର ଜଣେ ଭଲ ବନ୍ଧୁ। ତେଣୁ ସେ ଲୋକଙ୍କୁ ନ୍ୟାୟ ଦେଇପାରିବେ ନାହିଁ। ତେଣୁ ରାଜପକ୍ଷ ପରିବାର ବିରୋଧରେ ବିକ୍ରମସିଂହେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅନ୍ୟଥା ତାଙ୍କୁ କାମ କରିବାକୁ ଦିଆଯିବ ନାହିଁ। ଅନ୍ୟପଟେ ବିକ୍ରମସିଂହେ ଶନିବାର ତାଙ୍କ ସରକାରରେ ୪ ନୂଆ ମନ୍ତ୍ରୀ ସାମିଲ କରିଛନ୍ତି। ଜିଏଲ୍‌ ପେରିସ୍‌ଙ୍କୁ ବୈଦେଶିକ ମନ୍ତ୍ରୀ, ଦିନେଶ ଗୁଣବର୍ଦ୍ଧନେ ସାଧାରଣ ପ୍ରଶାସନ, ପ୍ରଶନ୍ନା ରଣତୁଙ୍ଗା ସହରାଞ୍ଚଳ ବିକାଶ ଓ କାଞ୍ଚନ ୱିଜେଶେଖରା ଶକ୍ତି ଓ ବିଦ୍ୟୁତ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଅନ୍ୟପଟେ ଦେଶରେ ଖାଦ୍ୟ ଓ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଯାଇଛି।

- Advertisement -

ଲୋକଙ୍କ କହିବା ଅନୁଯାୟୀ ସେମାନେ ଦୁଇମାସ ହେବ ରନ୍ଧନ ଗ୍ୟାସ ପାଇ ନାହାନ୍ତି। ଶୁକ୍ରବାର ରାତିରୁ କଲମ୍ବୋର ସ୍ଲେଭ୍ ଆଇସଲ୍ୟାଣ୍ଡ ଥାନା ସମ୍ମୁଖରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶର ଆର୍ଥିକ ସଂକଟକୁ ନେଇ ପ୍ରାୟ ଦୁଇମାସ ହେବ ଶ୍ରୀଲଙ୍କାରେ ବିଦ୍ରୋହ ଲାଗି ରହିଛି। ଏଥିପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ସହିତ କର୍ଫ୍ୟୁ ଲାଗୁ କରାଯାଇଛି। ଗୁରୁବାର ରନିଲ ବିକ୍ରମସିଂହେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପରେ ଦେଶରେ ଚାଲିଥିବା ସରକାର ବିରୋଧୀ ବିକ୍ଷୋଭ କିଛିଟା ପ୍ରଶମିତ ହୋଇଥିଲା। ସରକାର ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ଜଣଙ୍କର ମୃତ୍ୟୁ ହେବା ପରେ ରନିଲ ବିକ୍ରମସିଂହେ ସରକାର ଗଠନ ପାଇଁ ଦାବି କରିଥିଲେ।
ଶ୍ରୀଲଙ୍କାରେ ପୁଣି…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories