www.samajalive.in
Monday, December 15, 2025
14.1 C
Bhubaneswar

ଭିଜିଲାନ୍ସ ନିରୀକ୍ଷକ ଗିରଫ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀଙ୍କ ବିରାଧରେ ଥିବା ମାମଲା ରଫାଦଫା କରିବା ଲାଗି ସମ୍ବଲପୁର ଦୁର୍ନୀତି ନିବାରଣ ଉପଖଣ୍ଡର ନିରୀକ୍ଷକ ମାନସୀ େଜନା ମଧ୍ୟସ୍ଥିଙ୍କ ଜରିଆରେ ୧୦ଲକ୍ଷ ଟଙ୍କା ଲାଞ୍ଚ େନବା ଅଭିଯୋଗରେ ଗିରଫ ହୋଇଛନ୍ତି। ଦୁର୍ନୀତି ନିବାରଣ ନିର୍ଦେଶାଳୟର ଆନ୍ତଃବିଭାଗୀୟ େସଲ ହାତରେ ଶ୍ରୀମତୀ େଜନା ଗତକାଲି ଧରାପଡିଥିଲେ। ଆଜି ଶ୍ରୀମତୀ େଜନା ଓ ମଧ୍ୟସ୍ଥି ସାଜିଥିବା ବରଗଡର ମୁକେଶ ସାହୁଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି।
ସୂଚନାେଯାଗ୍ୟ େଯ ଜଣେ ସରକାରୀ ଅଧିକାରୀଙ୍କ ବିେରାଧରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ମାନସୀ। ମାମଲା ଖାରଜ କରିବା ଲାଗି ଅଭିେଯାଗକାରୀ ମଧ୍ୟସ୍ଥି ମୁକେଶଙ୍କ ଜରିଆରେ େଯାଗାଯୋଗ କରିଥିଲେ।
ଏଥିପାଇଁ ୧୦ଲକ୍ଷ ଟଙ୍କାରେ ମୁଲଚାଲ ଛିଡିଥିଲା। ଶୁକ୍ରବାର ମୁକେଶଙ୍କଠାରୁ ୧୦ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ନିର୍ଦେଶାଳୟର ଆନ୍ତଃ ଦୁର୍ନୀତି ନିବାରଣ େସଲ ହାତରେ ଧରାପଡିଥିଲେ। ଏଥିସହ ସମ୍ବଲପୁର, ବରଗଡ, ସୁନ୍ଦରଗଡ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢଉ େହାଇଥିଲା। ମଧ୍ୟସ୍ଥତା କରିଥିବା ମୁକେଶଙ୍କ ବରଗଡସ୍ଥିତ ଘରେ ମଧ୍ୟ ଯାଞ୍ଚ ହୋଇଥିଲା।
ଦୁର୍ନୀତି ନିବାରଣ ବିଭାଗ ନିର୍ଦେଶକ ଯଶୋବନ୍ତ େଜଠୱା କହିଛନ୍ତି େଯ ନିଜ ବିଭାଗରେ ଦୁର୍ନୀତି େରାକିବା ଲାଗି ଆନ୍ତଃବିଭାଗୀୟ ଦୁର୍ନୀତି ନିବାରଣ ଶାଖାକୁ ସକ୍ରିୟ କରାଯାଇଛି। ଏହି ଶାଖା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି। ଏହାବ୍ୟତୀତ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିେରାଧରେ ଦୃଢ ପଦକ୍ଷେପ ଗ୍ରହଣ କରିବା ସହ ଦୁର୍ନୀତି େରାକିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି େବାଲି କହିଛନ୍ତି। ବିଭାଗକୁ ଆହୁରି କ୍ରିୟାଶୀଳ କରିବା ଲାଗି ବିଭିନ୍ନ ଶାଖା ଗଠନ କରାଯିବା ସହ ଏଥିରେ ବିଶେଷଜ୍ଞଙ୍କୁ ସାମିଲ କରାଯିବା ସହ କର୍ମଚାରୀଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories