www.samajalive.in
Sunday, December 14, 2025
19.1 C
Bhubaneswar

ପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ: ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ​‌ ବିଭାଗର ପ୍ରମୁଖ ଶାସନ ସଚିବ  ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି  ଲେଖିଥିବା ବେଳେ ଗତ ଦୁଇବର୍ଷ ହେଲା କରୋନା ଯୋଗୁ ପିଲାଙ୍କ ପାଠପଢ଼ା ନଷ୍ଟ ହୋଇଛି । ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣ ହୋଇଥିବାରୁ ସ୍କୁଲ ଗୁଡ଼କ ଖୋଲିଛି । ହେଲେ ରିପୋର୍ଟ ଅନୁସାରେ ସ୍କୁଲକୁ ୭୦ ପ୍ରତିଶତ ପିଲା ଆସୁଛନ୍ତି । ଅନ୍ୟ ୩୦% ପିଲା ସ୍କୁଲକୁ ଆସୁନାହାନ୍ତି । ତେଣୁ ପିଲାମାନଙ୍କୁ  ସ୍କୁଲକୁ ଆଣିବାକୁ ଜିଲ୍ଲାସ୍ତରରୁ ଉଦ୍ୟମ ଆରମ୍ଭ କରିବାକୁ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାହାଛଡ଼ା ବୌଦ୍ଧ, ସମ୍ବଲପୁର, ମାଲକାନଗିରି, ଗଜପତି ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଉପସ୍ଥାନ ରାଜ୍ୟର ଉପସ୍ଥାନ ହାର ତୁଳନାରେ କମ୍ ରହିଛି । ପିଲାମାନେ କାହିଁକି ସ୍କୁଲକୁ ଆସୁନାହାନ୍ତି ? କ’ଣ ଅସୁବିଧା ରହିଛି ? ଏ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ କୁହାଯାଇଛି । ପିଲାମାନଙ୍କ ପାଠପଢ଼ାକୁ ନେଇ କନିଷ୍ଠ ଶିକ୍ଷକ ମାନେ ଘରଘର ବୁଲି ଅଭିଭାବକଙ୍କୁ ବୁଝାଇବା ସହ ପିଲାଙ୍କୁ ମଧ୍ୟ ବୁଝାଇବାକୁ ପରାମର୍ଶ ଦିଆଯାଇଛି ।

 

- Advertisement -

 

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories