www.samajalive.in
Saturday, December 6, 2025
23.1 C
Bhubaneswar

ଦୋକାନ ଉପରକୁ ମାଡିଗଲା ହାଇୱା

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାର ଠାରେ ଥିବା ଏକ ଦୋକାନ ମଧ୍ୟକୁ ଏକ ହାଇୱା ଗାଡି ମାଡିଯିବା ଫଳରେ ଦୋକାନର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ପଥର ବୋଝେଇ ହାଇୱା ଟ୍ରକ ଖୋର୍ଦ୍ଧାରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିବା ବେଳେ ପିପିଲି ପଣ୍ଡାବଜାର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ମୁଖରେ ଯାଉଥିବା ଏକ ଅଜଣା ଗାଡି ସହ ଉକ୍ତ ହାଇୱା ଧକ୍କାଲାଗିବା ଫଳରେ ଗାଡିର ସମ୍ମୁଖଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତାର ବାମପାଶ୍ୱର୍କୁ ମାଡିଯିବା ସହ ଏକ ବିଦ୍ୟୁତ୍‍ ଖୁଣ୍ଟରେ ଧକ୍କା ଲାଗି ରାସ୍ତାପାଶ୍ୱର୍ରେ ଥିବା ଦୋକାନ ମଧ୍ୟରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ଗାଡି ମଧ୍ୟରୁ ଚାଳକକୁ ଉଦ୍ଧାର କରିଥିବା ବେଳେ ପରେ ଚାଳକ ସେଠାରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଦୋକାନର ସମ୍ମୁଖଭାଗ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱା ଟ୍ରକ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories