www.samajalive.in
Sunday, December 14, 2025
17.1 C
Bhubaneswar

ବଦଳିବ ପରିକ୍ରମା ମାର୍ଗ ନକ୍ସା, ନିଷିଦ୍ଧାଞ୍ଚଳ ବାହାରେ ହେବ ଅଭ୍ୟର୍ଥନା ପ୍ରକୋଷ୍ଠ

ପୁରୀ: ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନକ୍ସା। ୧୦୦ମିଟର ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ କରାଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦେଶିକାଙ୍କ ପରାମର୍ଶକୁ ଗ୍ରହଣ କରିଛି ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ସଂସ୍କୃତି ପରାମର୍ଶଦାତା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା ପରିକ୍ରମା ମାର୍ଗ ନିର୍ମାଣ ସମୟରେ ଆଧ୍ୟାତ୍ମିକ ପରିବେଶ ଯେପରି ଅକ୍ଷୁଣ୍ଣ ରହେ ସେଥିପ୍ରତି ଗୁରୁତ୍ବ ଦିଆଯିବାକୁ ସ୍ଥିର କରାଯାଇଛି। ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଛି। ପରିକ୍ରମା ମାର୍ଗ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଅବଶିଷ୍ଟ ଜମି ଅଧିଗ୍ରହଣ ପରେ ବାହାର ରାସ୍ତା (ଓଏଆର୍‌) ନିର୍ମାଣ କରାଯିବ ବୋଲି ସେଥିରେ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସମୟରେ ଶ୍ରୀମନ୍ଦିର ଉପରେ ଯେପରି ତା’ର କୌଣସି ପ୍ରଭାବ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି। ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଅବସରପ୍ରାପ୍ତ ମୁଖ୍ୟ ପ୍ରତ୍ନତତ୍ତ୍ବବିତ୍‌ ଡ. ଜୀବନ କୁମାର ପଟ୍ଟନାୟକ, କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚର ପ୍ରଫେସର ଏସ.ଏସ ରାୟ, ଝାଞ୍ଜପିଟା ମଠମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ସମେତ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଏଏସ୍‌ଆଇ ମହାନିର୍ଦେଶିକା ଭି. ବିଦ୍ୟାବତୀ ଗତ ଫେବୃଆରୀ ୨୧ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଐତିହ୍ୟ କରିଡର ତଥା ପରିକ୍ରମା ମାର୍ଗ ନକ୍ସା ଦେଖାଯାଇଥିଲା। ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ଶୌଚାଳୟ ଓ ସାମାନ ରଖିବା ଘର ନିର୍ମାଣ ସପକ୍ଷରେ ସେ ମତ ଦେଇଥିଲେ। ୧୦୦ ମିଟର ବାହାରେ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବିତ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories