www.samajalive.in
Saturday, December 13, 2025
26.1 C
Bhubaneswar

ଅଧ୍ୟକ୍ଷ ଶରତ କୁମାର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତର ବରିଷ୍ଠ ଶିକ୍ଷାବିତ୍‍ ତଥା ଲୋକନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲିପ କୁମାର ଦେ ଯୋଗଦେଇ ବିଦାୟୀ ଅଧ୍ୟକ୍ଷଙ୍କ ମହାବିଦ୍ୟାଳୟ ପ୍ରତି ଥିବା ଅବଦାନ ଓ ମହାବିଦ୍ୟାଳୟ ସୁପରିଚାଳନା କ୍ଷେତ୍ରରେ ଯେଉଁ ସୁନାମ ଅର୍ଜନ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଭାତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଗଗନ ବିହାରି ଦାସ, ଅଧ୍ୟାପକ ଶଙ୍କର ପ୍ରସାଦ ନାୟକ, ଅଧ୍ୟାପକ ବିନୟ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ମହାନ୍ତିଙ୍କର ବହୁମୁଖି ପ୍ରତିଭା, ଛାତ୍ର ବତ୍ସଳତା, ମହାବିଦ୍ୟାଳୟ ପ୍ରତିଥିବା ନିଷ୍ଠା ଓ କର୍ତ୍ତବ୍ୟ ପରାୟଣର ଗୁଣାବଳୀ ସମ୍ପର୍କରେ ଆଲୋଚନା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ମହାନ୍ତି କେବଳ ଜଣେ ଅଧ୍ୟକ୍ଷ ନଥିଲେ ସମାଜସେବା ଥିଲା ତାଙ୍କର ମୁଳଲକ୍ଷ୍ୟ। ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମାଜସେବା କ୍ଷେତ୍ରରେ ବହୁବାର ସମ୍ମାନିତ ହୋଇଛନ୍ତି। ସେ ୧୯୮୧ ମସିହାରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳରୁ ନିଜର ଅଧ୍ୟାପନା ଜୀବନ ଅର୍ଥନୀତି ବିଭାଗରେ ଆରମ୍ଭ କରିଥିଲେ। ଲୋକନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦରେ ନିଜର ଚାକିରି ଶେଷ ପର୍ଯ୍ୟନ୍ତ ରହିବା ପାଇଁ ଯେଉଁ ଆଶା ଦେଇଥିଲେ ତାହା ସେ ପୁରଣ କରିଛନ୍ତି ବୋଲି ବହୁ ଛାତ୍ର, ଅଭିଭାବକ, ପୁରତନ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ମଣ୍ଡଳୀମାନେ ସୁଚନା ଦେଇଥିଲେ। ତେବେ ଉକ୍ତ ଉତ୍ସବରେ ବହୁ ଅଧ୍ୟାପକ, ଅଧ୍ୟାପିକା, ପ୍ରାକ୍ତନ ଛାତ୍ର ଛାତ୍ରୀ, ଅଧ୍ୟାୟନରତ ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories