www.samajalive.in
Sunday, December 14, 2025
14.1 C
Bhubaneswar

ତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଲାଲବାହାଦୁର ହାଇସ୍କୁଲ ସମ୍ମୁଖରେ ଥିବା ତେଲି ପାହାଡ଼ରୁ ବୁଧବାର ଏକ ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର କରିଛି ମୋହନା ପୁଲିସ। ଚାନ୍ଦିପୁଟ ଗ୍ରାମର କିଛି ଲୋକ ଜଙ୍ଗଲ ମଧ୍ୟକୁ ଯିବା ବେଳେ ଏକ ଗଛରେ ମୃତ ଦେହ ଓହଳି ଥିବା ନେଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ମୋହନା ଥାନା ଅଧିକାରୀ ଓ ଟିମ ପହଞ୍ଚି ତଦନ୍ତ କରି ଗଳିତ ଶବକୁ ଉଦ୍ଧାର କରିଥିଲେ। ଅଜଣା ବ୍ୟକ୍ତି ଜଣକ ଗାମୁଛାକୁ ଗଛରେ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ସେ ପିନ୍ଧିଥିବା ପୋଷାକରୁ ଯାହା ଜଣା ପଡୁଛି ସେ ଆନ୍ଧ୍ରପ୍ରଦେଶ ଅଞ୍ଚଳର। ପୁଲିସ ଶବଟିକୁ ଜବତ କରି ବ୍ରହ୍ମପୁର ମେଡ଼ିକାଲକୁ ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories