www.samajalive.in
Sunday, December 14, 2025
23.1 C
Bhubaneswar

ଦେଖନ୍ତୁ କି ଆଶ୍ଚର୍ଯ୍ୟ କଥା- ପ୍ରଶାନ୍ତ ମହାସାଗରେ ତଳେ ଆବିଷ୍କାର ହେଲା ହଳଦିଆ ଇଟାର ରାସ୍ତା

ନ୍ୟୁୟର୍କ – ବିଶ୍ୱର ସବୁଠାରୁ ଗଭୀରତମ ତଥା ବୃହତ ମହାସାଗର ହେଉଛି ପ୍ରଶାନ୍ତ ମହାସାଗର । ଏହି ମହାସାଗର ତଳେ ଏବେବି ରହସ୍ୟମୟ ହୋଇ ରହିଛି ଅନେକ କଥା । ବିଜ୍ଞାନର ପ୍ରଗତି ସହ ମଣିଷ ଏବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରୁଛି । ସମୁଦ୍ର ତଳେ ବିଭିନ୍ନ ରୋବଟ୍‌ ତଥା ଉନ୍ନତ ଯନ୍ତ୍ରାଶଂ ବ୍ୟବହାର କରି ଅନେକ ରହସ୍ୟର ଉନ୍ମୋଚନ କରିପାରୁଛି । ଏବେ ବିଭିନ୍ନ ଉପନ୍ୟାସରେ ତଥା ପ୍ଲାଟୋଙ୍କ ଦ୍ୱାର ରଚିତ ପୁସ୍ତକରେ ଆଣ୍ଟାଲିସ୍‌ ନାମକ ଦ୍ୱୀପର ବର୍ଣ୍ଣନା ରହିଥିଲା। ଏହା ସତ ବୋଲି ଅନେକ କହନ୍ତି , ମାତ୍ର ଏ ବିଷୟରେ କିଛି ବଳିଷ୍ଟ ପ୍ରମାଣ ନଥିଲା ।

ମାତ୍ର ଏକ ନୂତନ ଆବିଷ୍କାର ଏ ବିଷୟରେ ଆଲୋକପାତ କରିଛି । ପ୍ରଶାନ୍ତ ମହାସାଗରରେ ପ୍ଲାଟୋଙ୍କ ଉପନ୍ୟାସରେ ବର୍ଣ୍ଣିତ ଏହି କାଳ୍ପନିକ ସହର ବାସ୍ତବ ହୋଇପାରେ । ପ୍ଲାଟୋଙ୍କର ଟାମାଇଓସ୍‌ ଆଣ୍ଡ କ୍ରିଟିଆସ୍‌ରେ ଆଟଲାଣ୍ଟିସ୍‌ର ବର୍ଣ୍ଣନା କରାଯାଇଥିଲା । ଏ  ମହାସାଗରୀୟ ରହସ୍ୟ ବିଷୟରେ ଗବେଷଣା କରୁଥିବା ବୈଜ୍ଞାନିକ ରୋବଟ ସହାୟତାରେ ଆଟଲାଣ୍ଟିସ୍‌ ବିଷୟରେ ବର୍ଣ୍ଣନା କରିଥିବା ସ୍ଥାନରେ ଅନେକ କିଛି ଆବିଷ୍କାର କରିଛନ୍ତି । ଏହି ସ୍ଥାନରେ ଗଭୀର ମହାସାଗରେ ତଳେ ହଳଦିଆ ରଙ୍ଗର ଇଟାରେ ତିଆରି ରାସ୍ତା ଆବିଷ୍କାର କରାଯାଇଛି । ଏହାର ରଙ୍ଗ ଶହ ଶହ ବର୍ଷ ମହାସାଗର ତଳେ ରହିବାରୁ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। କିମ୍ବା ସେହି ସ୍ଥାନରେ ସେହିପରି ଢଙ୍ଗରେ ଶିଳା ବହୁ ଶହ ବର୍ଷତଳେ ତିଆରି ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ଉକ୍ତ ସ୍ଥାନରୁ ରୋବଟ ସହାୟତାରେ ବୈଜ୍ଞାନିକମାନେ ଅନେକ କିଛି ଚିଜ ସଂଗ୍ରହ କରିଛନ୍ତି । ହାଇରିଜୋଲ୍ୟୁସନ୍‌ କ୍ୟାମେରାରେ ଏ ସବୁର ଭିଡିଓ ଉତ୍ତୋଳନ କରାଯଆଇଛି । ହାଓ୍ୱାଇ ଦ୍ୱୀପ ନିକଟରେ ଏହି ସ୍ଥାନ ଆବିଷ୍କାର କରାଯାଇଥିବା ବେଳେ ବୈଜ୍ଞାନିକମାନେ ଅନେକ ଗବେଷଣା ଜାରି ରଖିଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories