www.samajalive.in
Sunday, December 14, 2025
26.1 C
Bhubaneswar

ଡକାୟତି ଯୋଜନା ପଣ୍ଡ: ୪ ଡକାୟତ ଗିରଫ, ଲୁଟ ଅଳଙ୍କାର ଓ ମାରଣାସ୍ତ୍ର ଜବତ

ଗୋପାଳପୁର: ଗୋପାଳପୁର ପୁଲିସକୁ ମିଳିଛି ଏକ ବଡ ସଫଳତା। ଦୀର୍ଘ ଚାରିମାସ ଧରି ଗୋପାଳପୁର ସମେତ ବ୍ରହ୍ମପୁର ଅଞ୍ଚଳରେ ତାଲା ବନ୍ଦ ଘରକୁ ଟାର୍ଗେଟ କରି ଲୁଟପାଟ ଚଳାଇଥିବା ଏକ ଗ୍ୟାଙ୍ଗ ଡ଼କାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡି କୋର୍ଟ ଚାଲଣ ହୋଇଛନ୍ତି। ଗିରଫ ଡକାୟତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଟୁନା ପାତ୍ର (୩୫), ଗଣେଶ ପାତ୍ର (୩୭), ଓ ଟି ବିସୁ(୩୪) ଏବଂ ବଡ ବଜାର ଥାନା ଅନ୍ତର୍ଗତ ବାଉରୀ ସୁକୁଣ୍ଡା ସାହିର କେ ପ୍ରକାଶ (୨୮) ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ମୁତାବକ ଆଜି ଦିନ ୨ ଟା ବେଳେ ଗୋପାଳପୁର ପୁଲିସ ପକ୍ଷରୁ ପଥରା ଚକ ଠାରେ ଗାଡି ମୋଟର ଯାଞ୍ଚ କରାଯାଉଥିବା ସମୟ ରେ ଡୁରା କଳିଙ୍ଗ ବିହାରର ଏକ ପରିତ୍ୟକ୍ତ ସ୍ଥାନରେ କେତେକ ଡକାୟତି ମେଳି କରି ଡକାୟତ ଯୋଜନା ଚଳାଇଥିବା ଖବର ପାଇଥିଲେ। ଏହା ନେଇ ପୁଲିସ ସେଠାରେ ଚଢ଼ାଉ କରିବା ସମୟରେ ୪ ଡକାୟତକୁ ଗିରଫ କରାଯାଇଥିଲା। ଗିରଫ ଡ଼କାୟତମାନଙ୍କୁ ପଚରା ଉଚୁରା ସମୟରେ ସେମାନେ ଡୁରା ବାଇପାସରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ସ୍ୱୀକାର କରିଥିଲେ। ଏହା ସହ ଗତ ୪ ମାସ ଧରି ଗୋପାଳପୁର ସମେତ ବ୍ରହ୍ମପୁର ଅଞ୍ଚଳରେ ଘଟିଥିବା ଚୋରି ମାମଲାରେ ସମ୍ପୃକ୍ତ ରହିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି।

- Advertisement -

ଏହି କ୍ରମରେ ୪ ମାସ ତଳେ ବ୍ରହ୍ମପୁର ଅଞ୍ଚଳର ବ୍ରଜନଗର ଚୋରି, ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତ ସାଲବେଗ ନଗର, ବାହାଦୂର ପେଟା ଏବଂ ବାହାଦୂରପେଟାର ଓମ ନଗରର ତାଲା ବନ୍ଦ ଘରୁ ଚୋରିରେ ସାମିଲ ରହିଥିବା ଜଣାପଡିଛି। ଏମାନଙ୍କ ନିକଟରୁ ଚୋରି ଯାଇଥିବା ୨୩୫ ଗ୍ରାମ ଓଜନର ସୁନା ଅଳଙ୍କାର, ୬୦ ଗ୍ରାମର ରୂପା ସହ ୨ ଟି ଖଣ୍ଡା, ୨ ଟି ଲୁହାଛଡ଼, ୨ ଟି ଟର୍ଚ୍ଚ ଲାଇଟ, ୨ ଟି ଦେଶୀ ବୋମା ଜବତ କରାଯାଇଥିବା ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ କୁମାର ଖମାରୀ ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories