www.samajalive.in
Saturday, December 6, 2025
23.1 C
Bhubaneswar

ଡକାୟତି ଯୋଜନା ପଣ୍ଡ: ୪ ଡକାୟତ ଗିରଫ, ଲୁଟ ଅଳଙ୍କାର ଓ ମାରଣାସ୍ତ୍ର ଜବତ

ଗୋପାଳପୁର: ଗୋପାଳପୁର ପୁଲିସକୁ ମିଳିଛି ଏକ ବଡ ସଫଳତା। ଦୀର୍ଘ ଚାରିମାସ ଧରି ଗୋପାଳପୁର ସମେତ ବ୍ରହ୍ମପୁର ଅଞ୍ଚଳରେ ତାଲା ବନ୍ଦ ଘରକୁ ଟାର୍ଗେଟ କରି ଲୁଟପାଟ ଚଳାଇଥିବା ଏକ ଗ୍ୟାଙ୍ଗ ଡ଼କାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡି କୋର୍ଟ ଚାଲଣ ହୋଇଛନ୍ତି। ଗିରଫ ଡକାୟତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଟୁନା ପାତ୍ର (୩୫), ଗଣେଶ ପାତ୍ର (୩୭), ଓ ଟି ବିସୁ(୩୪) ଏବଂ ବଡ ବଜାର ଥାନା ଅନ୍ତର୍ଗତ ବାଉରୀ ସୁକୁଣ୍ଡା ସାହିର କେ ପ୍ରକାଶ (୨୮) ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ମୁତାବକ ଆଜି ଦିନ ୨ ଟା ବେଳେ ଗୋପାଳପୁର ପୁଲିସ ପକ୍ଷରୁ ପଥରା ଚକ ଠାରେ ଗାଡି ମୋଟର ଯାଞ୍ଚ କରାଯାଉଥିବା ସମୟ ରେ ଡୁରା କଳିଙ୍ଗ ବିହାରର ଏକ ପରିତ୍ୟକ୍ତ ସ୍ଥାନରେ କେତେକ ଡକାୟତି ମେଳି କରି ଡକାୟତ ଯୋଜନା ଚଳାଇଥିବା ଖବର ପାଇଥିଲେ। ଏହା ନେଇ ପୁଲିସ ସେଠାରେ ଚଢ଼ାଉ କରିବା ସମୟରେ ୪ ଡକାୟତକୁ ଗିରଫ କରାଯାଇଥିଲା। ଗିରଫ ଡ଼କାୟତମାନଙ୍କୁ ପଚରା ଉଚୁରା ସମୟରେ ସେମାନେ ଡୁରା ବାଇପାସରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ସ୍ୱୀକାର କରିଥିଲେ। ଏହା ସହ ଗତ ୪ ମାସ ଧରି ଗୋପାଳପୁର ସମେତ ବ୍ରହ୍ମପୁର ଅଞ୍ଚଳରେ ଘଟିଥିବା ଚୋରି ମାମଲାରେ ସମ୍ପୃକ୍ତ ରହିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି।

- Advertisement -

ଏହି କ୍ରମରେ ୪ ମାସ ତଳେ ବ୍ରହ୍ମପୁର ଅଞ୍ଚଳର ବ୍ରଜନଗର ଚୋରି, ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତ ସାଲବେଗ ନଗର, ବାହାଦୂର ପେଟା ଏବଂ ବାହାଦୂରପେଟାର ଓମ ନଗରର ତାଲା ବନ୍ଦ ଘରୁ ଚୋରିରେ ସାମିଲ ରହିଥିବା ଜଣାପଡିଛି। ଏମାନଙ୍କ ନିକଟରୁ ଚୋରି ଯାଇଥିବା ୨୩୫ ଗ୍ରାମ ଓଜନର ସୁନା ଅଳଙ୍କାର, ୬୦ ଗ୍ରାମର ରୂପା ସହ ୨ ଟି ଖଣ୍ଡା, ୨ ଟି ଲୁହାଛଡ଼, ୨ ଟି ଟର୍ଚ୍ଚ ଲାଇଟ, ୨ ଟି ଦେଶୀ ବୋମା ଜବତ କରାଯାଇଥିବା ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ କୁମାର ଖମାରୀ ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories