www.samajalive.in
Saturday, December 13, 2025
27.1 C
Bhubaneswar

ଯୁବୋଦୟ ପକ୍ଷରୁ ଜାତୀୟ ବୈଷୟିକ ଦିବସ

ବଲାଙ୍ଗିର: ବୁଧବାର ଜାତୀୟ ବୈଷୟିକ ଦିବସ। ତେଣୁ ଛାତ୍ରଛାତ୍ରୀମାନେ ବୈଷୟିକ ଦିବସର ତତ୍ପର୍ଯ୍ୟ ବୁଝିବା ତଥା ବିଜ୍ଞାନ ଓ ବୈଷୟିକ ଶିକ୍ଷାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଯୁବୋଦୟ କଲେଜ ଅଫ୍‍ ଆଡ୍‍ଭାନ୍ସଡ୍‍ ଟେକ୍ନୋଲୋଜି ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଲାଙ୍ଗିର ସହରର ଉପକଣ୍ଠରେ ଥିବା ମାଧିଆପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୟୁବୋଦୟର ଛାତ୍ରଛାତ୍ରୀମାନେ ଯାଇ ବୈଷୟିକ ଦିବସ ସଂପର୍କରେ ବୁଝାଇଥିଲେ। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ବୈଷୟିକ ଶିକ୍ଷାର ଉପଯୋଗିତା ବିଷୟରେ କହିଥିଲେ। ଏଥିସହିତ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ମାଧିଆପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମିଶ୍ରଙ୍କ ତତ୍ତ୍ୱାବଧାନରେ ତଥା ବିଜ୍ଞାନ ଶିକ୍ଷୟିତ୍ରୀ ଲୀଳାବତି ମିଶ୍ର, ସୂଚିସ୍ମିତା ମିଶ୍ର, ଶୁଭଶ୍ରୀ ଦାସଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଆର୍ଥିକ ଅନଗ୍ରସର ଅଞ୍ଚଳ କେବିକେ ଜିଲାରେ ବୈଷୟିକ ଶିକ୍ଷାର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ଯୁବୋଦୟ ପକ୍ଷରୁ ହାତକୁ ନିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories