www.samajalive.in
Saturday, December 13, 2025
26.1 C
Bhubaneswar

କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ପୌରପାଳିକା: ୨୫ଟି ବୁଲା ଗାଈ ଉଦ୍ଧାର, ଗୋଶାଳାକୁ ହସ୍ତାନ୍ତର

ବଲାଙ୍ଗିର: ବଲାଙ୍ଗିର ସହରରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ଦୀର୍ଘ ଦିନରୁ ଚାଲି ଆସିଥିଲା। ଗାଈଗୋରୁଙ୍କୁ ମାଲିକମାନେ ନିଜ ଆୟତ୍ତରେ ରଖନ୍ତୁ, ଖୋଲାରେ ଛାଡନ୍ତୁ ନାହିଁ ବୋଲି ପୌରପାଳିକା ପକ୍ଷରୁ ଚେତାବନୀ ଦିଆଯାଉଥିଲା। ହେଲେ ପୌରପାଳିକାର ଚେତାବନୀକୁ ଏ କାନରେ ପୂରାଇ ସେ କାନରେ ବାହାର କରି ଦେଉଥିଲେ ମାଲିକମାନେ। ଆଦୌ ଭ୍ରୁକ୍ଷେପ କରୁ ନଥିଲେ। ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଓ ଦୁର୍ଘଟଣା ଘଟୁଥିବାରୁ କାଞ୍ଜିଆ ହୁଦା ଆରମ୍ଭ କରିବା ପାଇଁ ସହରର ସଂଗଠନମାନେ ଦାବି କରି ଆସୁଥିଲେ। ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ପୌରପାଳିକା କଠୋର ନିଷ୍ପତ୍ତି ନେଇଥିଲା। ରାସ୍ତାରେ ବୁଲୁଥିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈଗୋରୁଙ୍କୁ ଧରି ବଲାଙ୍ଗିର ପୃଥ୍ୱୀରାଜ ଗୋଶାଳାରେ ରଖାଯିବ। ୭ ଦିନ ମଧ୍ୟରେ ଗାଈଗୋରୁଙ୍କ ମାଲିକମାନେ ଜରିମାନା ଦେଇ ନେଇଯିବେ। ନଚେତ ଗାଈଗୋରୁଙ୍କୁ ନିଲାମ ଡକାଯିବ ବୋଲି ଘୋଷଣା କରାଯାଇଥିଲା। ନିକଟରେ ଗୋଶାଳାର ପରିଚାଳକଙ୍କ ସହ ପୌରପାଳିକା ଏନେଇ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା।

ବୁଧବାର ପ୍ରଥମଥର ପାଇଁ ପୌରପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଜହଗହଳି ସ୍ଥାନରେ ବୁଲୁଥିବା ୨୫ଟି ଗାଈଙ୍କୁ ଉଦ୍ଧାର କରାଯାଇଛି। ଖୋଦ୍‍ ପୌରାଧ୍ୟକ୍ଷା ଲିକା ସାହୁ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଗୋଶାଳାର ପରିଚାଳନା କମିଟି ଉପସ୍ଥିତିରେ ପୌର କର୍ମଚାରୀମାନେ ଗାଇଗୁଡ଼ିକୁ ଧରି ଗୋଶାଳାରେ ରଖିଥିଲେ। ପୌରପାଳିକାର ଏଭଳି ଆଭିମୁଖ୍ୟ ଖୋଲା ବିଚରଣ ପାଇଁ ଛାଡୁଥିବା ଗାଈଗୋରୁ ମାଲିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଆଉ ପୌରପାଳିକାର କାର୍ଯ୍ୟାନୁଷ୍ଠାନ ଦ୍ୱାରା ସହରରେ ଟ୍ରାଫିକ ସମସ୍ୟା କିଛିଟା ଲାଘବ ହେବ ବୋଲି ସାଧାରଣ ଲୋକେ ମତପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories