ବଲାଙ୍ଗିର: ବୁଧବାର ଜାତୀୟ ବୈଷୟିକ ଦିବସ। ତେଣୁ ଛାତ୍ରଛାତ୍ରୀମାନେ ବୈଷୟିକ ଦିବସର ତତ୍ପର୍ଯ୍ୟ ବୁଝିବା ତଥା ବିଜ୍ଞାନ ଓ ବୈଷୟିକ ଶିକ୍ଷାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଯୁବୋଦୟ କଲେଜ ଅଫ୍ ଆଡ୍ଭାନ୍ସଡ୍ ଟେକ୍ନୋଲୋଜି ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଲାଙ୍ଗିର ସହରର ଉପକଣ୍ଠରେ ଥିବା ମାଧିଆପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୟୁବୋଦୟର ଛାତ୍ରଛାତ୍ରୀମାନେ ଯାଇ ବୈଷୟିକ ଦିବସ ସଂପର୍କରେ ବୁଝାଇଥିଲେ। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ବୈଷୟିକ ଶିକ୍ଷାର ଉପଯୋଗିତା ବିଷୟରେ କହିଥିଲେ। ଏଥିସହିତ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ମାଧିଆପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମିଶ୍ରଙ୍କ ତତ୍ତ୍ୱାବଧାନରେ ତଥା ବିଜ୍ଞାନ ଶିକ୍ଷୟିତ୍ରୀ ଲୀଳାବତି ମିଶ୍ର, ସୂଚିସ୍ମିତା ମିଶ୍ର, ଶୁଭଶ୍ରୀ ଦାସଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଆର୍ଥିକ ଅନଗ୍ରସର ଅଞ୍ଚଳ କେବିକେ ଜିଲାରେ ବୈଷୟିକ ଶିକ୍ଷାର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ଯୁବୋଦୟ ପକ୍ଷରୁ ହାତକୁ ନିଆଯାଇଛି।
Popular Categories



