ପାକିସ୍ତାନକୁ ଅନ୍ଧାର କରିଦେବାକୁ ଧମକ ଦେଲା ଚୀନ୍ର କମ୍ପାନୀ
ଇସାଲାମବାଦ – ପାକିସ୍ତାନକୁ ଅନ୍ଧାର କରିଦେବାକୁ ଚୀନ୍ର ଏକ କମ୍ପାନୀ ଧମକ ଦେଇଛି । ପାକିସ୍ତାନରେ ବିଦ୍ୟୁତ୍ ଦେୟ ଅତ୍ୟଧିକ ହୋଇଯାଇଛି । ଏହା ୩୦୦୦୦୦ କୋଟିରୁ ଅଧିକ ହେଲାଣି । ବକେୟା ଟଙ୍କା ନଦେଲେ ଆଉ ବିଦ୍ୟୁତ୍ ଉତ୍ପାଦନ କରିବେନି କି ପାକିସ୍ତାନ ସରକାରଙ୍କୁ ଦେବେ ନାହିଁ ବୋଲି କହିଛନ୍ତି ।
ଚୀନ୍ ପାକିସ୍ତାନରେ ବିଭିନ୍ନ ପ୍ରକଳ୍ପ କରିବା ସହ ସେଠାର ସରକାରଙ୍କୁ ଟଙ୍କା ଋଣ ଆକାରରେ ଦେଇଛି । ପାକିସ୍ତାନରେ ସଡକ ଯୋଗାଯୋଗ ରେଳ , ପରିବାହନ ., ବନ୍ଦର ଏବଂ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଚୀନ୍ର କମ୍ପାନୀମାନେ ବିନିଯୋଗ କରିଛନ୍ତି । ମାତ୍ର ପାକିସ୍ତାନ ଋଣ ଭାରରେ ବୁଡିବା ସହ ଚୀନ୍ର ପଞ୍ଜା ଭିତରେ ରହିଛି । ଚୀନ୍ର କମ୍ପାନୀମାନେ ପାକିସ୍ତାନର ନବଗଠିତ ସରକାରଙ୍କ ମନ୍ତ୍ରୀ ଅହସାନ ଇକବାଲଙ୍କ ସହ ଆଲୋଚନା କରିଛନ୍ତି ।
ପାକିସ୍ତାନ ସରକାର ବିଷୟରେ ଅବଗତ ରହିଛନ୍ତି । ଖୁବ ଶୀଘ୍ର ବକେୟା ଟହ୍କା ଦେବାର ବ୍ୟବସ୍ଥା କରାଯିବ ବୋଲି ସେଠାକାର ମନ୍ତ୍ରୀ ଅହସାନ ଇକବାଲ୍ ସୂଚନା ଦେଇଛନ୍ତି ।
Comments are closed.