ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି – ସେନା ପଠାଇବା ଖବରକୁ ଖଣ୍ଡନ କଲା ଭାରତ
ନୂଆଦିଲ୍ଲୀ – ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେଠାରେ ଅଶାନ୍ତି ଏବଂ ଉତ୍ତେଜନା ଦେଖା ଦେଇଛି । ଶ୍ରୀଲଙ୍କାରେ କେତକ ମିଡିଆ ରିପୋର୍ଟରେ ଭାରତ ସେଠାରୁ ସେନା ପଠାଇବ ବୋଲି ଖବର ପ୍ରକାଶିତ ହୋଇଥିଲା । ମାତ୍ର ଭାରତ ଏହାକୁ ଖଣ୍ଡନ କରିଛି । ଭାରତ ଗଣତନ୍ତ୍ରରେ ବିଶ୍ୱାସ କରେ । ଶ୍ରୀଲଙ୍କାର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରିବ ବୋଲି କହିଛି ।
ଶ୍ରୀଲଙ୍କାରେ ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କଲୋମ୍ବୋରେ ଥିବା ଭାରତର ରାଷ୍ଟ୍ରଦୂତ ଖଣ୍ଡନ କରିଛନ୍ତି । ସେଠାରେ ଥିବା ଦୂତାବାସ ପକ୍ଷରୁ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି ।
ଏବେ ଶ୍ରୀଲଙ୍କା ଦେବାଳିଆ ହେବା ପରେ ସେଠାରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ପାଇଛି । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ଉଗ୍ର ପ୍ରଦର୍ଶନ କରାଯାଇଛି । ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଛନ୍ତି । ସେଠାର ସରକାର ଚୀନ୍ ଠାରୁ ପ୍ରବଳ ଋଣ ନେବା ସହ ଆର୍ଥିକ ପରିଚାଳନା ଠିକ୍ ରୂପେ କରି ନପାରିବାରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି ।
Comments are closed.