www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟକୁ ନାହିଁ ବାତ୍ୟା ବିପଦ, ଅଳ୍ପ ବର୍ଷା ସମ୍ଭାବନା – ଏସଆରସି

ଆଉ ଅଳ୍ପ ସମୟ ମଧ୍ୟରେ ଆନ୍ଧ୍ରର କାକିନାଡ଼ା ଓ ନର୍ସପୁର ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବାତ୍ୟା ଅସାନି

ଡେସ୍କ: ବାତ୍ୟା ଅସାନିର ଓଡିଶା ଉପରେ କୌଣସି ପ୍ରଭାବ ନ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଏକ ପ୍ରେସମିଟରେ ଏସଆରସି କହିଛନ୍ତି ଯେ ରାଜ୍ୟରେ ବର୍ଷା ଯୋଗୁ କୌଣସି ସ୍ଥାନରେ ଜଳବନ୍ଦୀ ହୋଇନାହିଁ। ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଂଜାମ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ସେ କହିଛନ୍ତି। ସେହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ବାତ୍ୟା ଅସାନି ଯୋଗୁ ରାଜ୍ୟରେ ଅଧିକ ପରିମାଣର ବର୍ଷା ସମ୍ଭାବନା ନ ଥିବା ଏସଆରସିଙ୍କ ସୂଚନା ଦେଇଛନ୍ତି। ବର୍ଷା କି ପବନ ଅଧିକ ହେବ ନାହିଁ ତେଣୁ ଓଡ଼ିଶାରେ କୌଣସି ବିପଦ ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି।

ସେ ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ଅସାନି ଏବେ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇଛି ଓ ଆଉ ଅଳ୍ପ ସମୟ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। କାକିନାଡ଼ା ଓ ନର୍ସପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରାଯାଉଛି। ସ୍ଥଳଭାଗରେ ବାତ୍ୟା ଅସାନି କିଛି ସମୟ ଗତି କରିବା ପରେ ଏହା ଦିଗ ପରିବର୍ତ୍ତନ କରି କାଲି ସକାଳ ସୁଦ୍ଧା ସମୁଦ୍ର ମଧ୍ୟକୁ ପ୍ରବେଶ କରିବ ଓ ଉପକୂଳ ଦେଇ ଗତି କରିବ। ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories