ଡେସ୍କ: ଶ୍ରୀଲଙ୍କାର ସରକାରୀ ଚିକିତ୍ସା ଅଧିକାରୀ ସଂଘ କହିଛି ଯେ ହିଂସାକାଣ୍ଡ ଏଭଳି ଭାବେ ଜାରି ରହିଲେ ଦେଶରେ ହସ୍ପିଟାଲ ଗୁଡ଼ିକରେ ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଯାହା ଫଳରେ ଔଷଧପତ୍ରର ଅଭାବ ଆହୁରି ଉତ୍କଟ ହେବ। ଏହି ସଂଘର ସଦସ୍ୟ ଡକ୍ଟର ପ୍ରସାଦ କଲମ୍ବେଜ୍ ଲୋକମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଏଥି ସହ ସରକାରୀ ଚିକିତ୍ସା ଅଧିକାରୀ ସଂଘ ନିରସ୍ତ୍ର ଲୋକଙ୍କ ଉପରେ ଆକ୍ରମଣର ଘୋର୍ ନିନ୍ଦା କରିଛି।
ସାଧାରଣ ଲୋକଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ଗଲ୍ ଫେସ୍ ଗ୍ରୀନ୍ଠାରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୟୁରୋପୀୟ ସଂଘ ବିକ୍ଷୋଭକାରୀମାନଙ୍କ ଉପରେ ଆକ୍ରମଣର ଘୋର୍ ନିନ୍ଦା କରିଛି। ଶ୍ରୀଲଙ୍କା ପରିସ୍ଥିତି ଉପରେ ୟୁରୋପୀୟ ସଂଘ ଓ ଏହାର ୨୭ଟି ସଦସ୍ୟ ରାଷ୍ଟ୍ର ତୀକ୍ଷ୍ଣ ନଜର ରଖିଥିବାର ଦର୍ଶାଇ ୟୁରୋପୀୟ ସଂଘ କହିଛି ଯେ ସାଂସଦମାନଙ୍କ ସମେତ ଲୋକମାନେ ମୃତ୍ୟୁବରଣ କରିଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।



