www.samajalive.in
Friday, December 12, 2025
15.1 C
Bhubaneswar

ଖବରକାଗଜ ବିତରକ ବାଳାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା

ପିପିଲି : ପିପିଲି ଅଞ୍ଚଳର ଯୁବ ଖବରକାଗଜ ବିତରକ ନିଳାଦ୍ରୀ ବିହାରୀ ମହାପାତ୍ର ଓରଫ ବାଳା(୨୮)ଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ। ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୋମବାର ମୃତ ବାଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ ଆଣିବା ସହ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପିପିଲିର ତାରାମଣ୍ଡପ ଠାରେ ମୃତ ବାଳାଙ୍କ ପରିବାର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ବାପା ରବିନାରାୟଣ ମହାପାତ୍ର, ମାଆ ବସନ୍ତ ମହାପାତ୍ର, ୩ ଭଉଣୀ ରଶ୍ମିତା ମିଶ୍ର, ସୁଜାତା ଦାଶ ଓ ସସ୍ମିତା ମହାପାତ୍ର, ଭାଇ ମନୋଜଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ବାଳାଙ୍କ ଭଉଣୀ ସୁଜାତା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ବାଳାଙ୍କ ମୃତଦେହକୁ ଗତ ୨୦୧୭ ମସିହା ଡିସେମ୍ବର ୨୬ ତାରିଖ ସକାଳେ ପରିବାର ଲୋକେ ଜଇସପାଟଣା-ଆରୁହା ଗ୍ରାମ୍ୟ ରାସ୍ତା କଡରୁ ଉଦ୍ଧାର କରିଥିଲେ। ତାଙ୍କ ମୋଟରସାଇକେଲଟି ରାସ୍ତା କଡରେ ପଡିଥିବା ବେଳେ ସେ ବାଇକ ଉପରେ ଶୋଇଥିବା ଓ ତାଙ୍କ ମୁଣ୍ଡରେ ୨ଇଞ୍ଚର ଗଭୀର କ୍ଷତ ଚିହ୍ନ ଥିବା ପରିଲକ୍ଷିତ ହୋଇଥିଲା। ତେବେ ଏହି କ୍ଷତ କିପରି ହେଲା ତାହା ଘଟଣାକୁ ଅଧିକ ସନ୍ଦେହ ଜନକ କରିଛି।  ତାଙ୍କର ଜନୈକ ସଂପର୍କୀୟ ବଡଭାଇ ବାଳାଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଇ ମୃତକଙ୍କ ବଡଭାଇ ମନୋଜ ଠାରୁ ଦସ୍ତଖତ ନେଇ ପୁଲିସରେ ଏତଲା କରାଇଥିବାର ସୁଜାତା ଅଭିଯୋଗ କରିଛନ୍ତି। ଘଟଣାର ବିଭିନ୍ନ ଦିଗ ଓ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ସନ୍ଦେହ କରୁଥିବା ବେଳେ ଏନେଇ ଗତ ଜୁନ ୯ ତାରିଖରେ ବାଳାଙ୍କ ମାଆ ବସନ୍ତ ମହାପାତ୍ର ପିପିଲି ଥାନାରେ ପୁନର୍ବାର ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗ ଅନୁଯାୟୀ ସନ୍ଦେହ କରି ୬ଜଣଙ୍କୁ ଥାନାକୁ ଡାକି ପଚରାଉଚୁରା କରି ଛାଡି ଦେଇଥିଲା। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ମାସ ୧୮ ତାରିଖରେ ସୁଜାତା କ୍ରାଇମବ୍ରାଞ୍ଚ ଏସ୍‍ପିଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଜନୈକ ସଂପର୍କୀୟ ଭାଇଙ୍କ ଉପରେ ବାଳାଙ୍କ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ପୁଲିସ ତାଙ୍କୁ ଅଦ୍ୟାବଧି ତଦନ୍ତ ପରିସରକୁ ନେଇନଥିବା ସୁଜାତା କହିଛନ୍ତି। ବାଳାଙ୍କ ମୃତ୍ୟୁ ଆଦୌ ଦୁର୍ଘଟଣାଜନିତ ନୁହେଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୁଜାତା ଅଭିଯୋଗ କରିଥିବା ବେଳେ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ଯଦି ପୁଲିସ ଠାରୁ ନ୍ୟାୟ ନମିଳେ ତେବେ ବାଳାଙ୍କ ପରିବାରର ସମସ୍ତ ସଦସ୍ୟ ଆମରଣ ଅନଶନ କରିବା ସହ ଏସଂପର୍କରେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୁଜାତା ସୂଚନା ଦେଇଛନ୍ତି।
ଏସଂପର୍କରେ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘଟଣା ଦିନ ମୃତକଙ୍କ ନିଜ ଭାଇଙ୍କ ଏତଲାକୁ ଆଧାର କରି ପୁଲିସରେ ମାମଲା ରୁଜୁ ହୋଇଛି। ଘଟଣାର କିଛିଦିନ ପରେ ବାଳାଙ୍କ ମୃତ୍ୟୁ ଉପରେ ସନ୍ଦେହ କରି ତାଙ୍କ ମାଆ ପୁନର୍ବାର ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ସନ୍ଦେହ କରାଯାଉଥିବା କେତେକ ଲୋକଙ୍କୁ ଥାନାକୁ ଆଣି ମାରାଥନ ଜେରା କରିଥିଲା। ସେମାନଙ୍କ ମୋବାଇଲ ସିଡିଆର୍‍ ରିପୋର୍ଟ ସହ ବୟାନ ମେଳ ଖାଉଥିବା ବେଳେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରାଯିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ସେମାନେ ଏବେବି ପୁଲିସର ତଦନ୍ତ ପରିସର ମଧ୍ୟରେ ଥିବା ବେଳେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚାଲିଛି। ଯଦି କୌଣସି ମୁହୁର୍ତ୍ତରେ ହତ୍ୟାର ପ୍ରମାଣ ମିଳେ ତେବେ ଉକ୍ତ ଦୁର୍ଘଟଣା ମାମଲାକୁ ପରିବର୍ତ୍ତନ କରାଯିବ ବୋଲି ଆଇଆଇସିି ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories