www.samajalive.in
Monday, December 15, 2025
14.1 C
Bhubaneswar

ରୋଗୀ ବୁହା ଗାଡ଼ିରେ ରାଜଧାନୀ ଆସୁଥିବା ଗଞ୍ଜେଇ ଜବତ, ଦୈନିକ ଆସୁଛି ୨ କୁଇଣ୍ଟାଲ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ନିଶା କାରବାର ରୋକିବାକୁ ପୁଲିସ ଓ ଅବକାରୀ ବିଭାଗ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁନାହିଁ। ପ୍ରତିଦିନ କେଉଁଠି ନା କେଉଁଠି ନିଶା ଦ୍ରବ୍ୟ ଜବତ ହେଉଛି। ରାଜଧାନୀ ଭୁବନେଶ୍ବରକୁ ଦୈନିକ ଦୁଇ କୁଇଣ୍ଟାଲ ଗଞ୍ଜେଇଚୋରାରେ ଆସୁଥିଲା ବେଳେ କାଁ ଭାଁ ଜବତ ହେଉଛି। ଏପରି ତଥ୍ୟ ଦେଇଛନ୍ତି ଖୋଦ ଚାଲାଣକାରୀ। ରବିବାର ରାତିରେ ଏକ ରୋଗୀବୁହା ଯାନରେ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ କନ୍ଧମାଳ ଜିଲା ଭ୍ରାମ୍ୟମାଣ ଅବକାରୀ ଦଳ ହାତରେ ଧରାପଡିଛି। ଅବକାରୀ କର୍ମଚାରୀମାନେ ସଦର ଥାନା ରାଣୀପଥର ଘାଟି ନିକଟରେ ରୋଗୀବୁହା ଯାନକୁ ଅଟକାଇ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ଅନୁଗୋଳର ପ୍ରହ୍ଲାଦ ବେହେରା ଧରା ପଡିଥିଲା ବେଳେ ଟିକି ବେହେରା ଫେରାର ହୋଇଯାଇଥିଲେ।

ପ୍ରହ୍ଲାଦଙ୍କ ସୂଚନା ଅନୁସାରେ ଚାଲାଣ ଗଞ୍ଜେଇ ଭୁବନେଶ୍ବରରେ ପହଞ୍ଚାଇବାର ଥିଲା। ପୁଲିସ ଓ ଅବକାରୀ କର୍ମଚାରୀଙ୍କଠାରୁ ବର୍ତ୍ତିବା ଲାଗି ରାଜଧାନୀ ଉପକଣ୍ଠ ଅଞ୍ଚଳ, ବିେଶଷ କରି ନୂତନ ଭାବେ ଗଢି ଉଠୁଥିବା ଜନବସତି ଅଞ୍ଚଳରେ ଗଞ୍ଜେଇ ଗଚ୍ଛିତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି। ଅଭିଯୁକ୍ତର ତଥ୍ୟ ଅନୁସାରେ ରାଜଧାନୀକୁ ଦୈନିକ ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଆସୁଛି। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି ୧ କୁଇଣ୍ଟାଲ ବିକ୍ରି ହେଉଥିବା ବେଳେ ବାକିତକ ଅନ୍ୟ ଜିଲାକୁ ଚାଲାଣ କରାଯାଇଥାଏ। ଯଦି ରାଜଧାନୀକୁ ଦୈନିକ ୨କୁଇଣ୍ଟାଲ ଗଞ୍ଜେଇ ଆସୁଛି େତବେ ପୁଲିସ ଓ ଅବକାରୀ ବିଭାଗ ନଜରରେ କାହିଁକି ପଡୁନି। େକବଳ ନାମକୁ ମାତ୍ର ଚଢଉ କରି ଉଭୟ ବିଭାଗ ନିଜ କର୍ତ୍ତବ୍ୟ ସମ୍ପାଦନ କରି େଦଉଛି େବାଲି ସାଧାରଣରେ ଆେଲାଚନା େହଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories