www.samajalive.in
Sunday, December 14, 2025
17.1 C
Bhubaneswar

ଥମୁନି ଜନନୀ ଯନ୍ତ୍ରଣା; ପୁଣି ବୁହା ହେଲେ ଗର୍ଭବତୀ

ମୋହନା: ଥମୁନି ଜନନୀ ଯନ୍ତ୍ରଣା । ଗତକାଲି ମାତୃଦିବସରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଏବେ ବି ଅବହେଳିତ ହେଉଛନ୍ତି ଜନନୀ ।  ମାତୃତ୍ୱ ଲାଭ କରିବାକୁ ହେଲେ କେଉଁଠି ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି, ତ ଅନ୍ୟ କେଉଁଠି ଜୀବନ ମରଣ ସହ ସଂଗ୍ରାମ କରି ଅକାଳରେ ପ୍ରାଣ ହାରୁଛି ଜନନୀ । ରାସ୍ତା ଖରାଫ ଯୋଗୁ ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲେନ୍ସ । ଦୀର୍ଘ ୫ କିଲୋମିଟର ପାହାଡିଆ ଦୁର୍ଗମ ଖାଲଖମା ପଥୁରିଆ ରାସ୍ତାରେ ଦୋଳାରେ ବୁହାହେଲେ ଗର୍ଭବତୀ ମହିଳା । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା ନିଜ ଜୀବନ ସହ ମରଣ ସଂଗ୍ରାମ କରୁଥିବା ବେଳେ ରାସ୍ତା ଦୂରାବସ୍ଥା ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଅଭାବରୁ ନାନା ଅସୁବିଧାରେ ସମ୍ମୁଖିନ ହେଇ ଛଟପଟ ହେଉଛନ୍ତି ଗର୍ଭବତୀ ମହିଳା । ପାଞ୍ଚ କିଲୋମିଟର ରାସ୍ତାରେ କେବଳ ଗୋଟିଏ ବାଉଁଶ ବାଡି ଓ ଦୋଳା ସାହାଯ୍ୟରେ ବୋହି ବୋହି ଆଣିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ପାଞ୍ଚାୟତର ଆମ୍ବଗାଁ ଗ୍ରାମରେ ।

ଅନ୍ତର୍ବା ଗ୍ରାମପଞ୍ଚାୟତର ୮ ନଂ ୱାର୍ଡରେ ରହିଛି ଆମ୍ବଗାଁ ଗ୍ରାମ । ଅନ୍ତରବା ଠାରୁ ଦୁଇ  କିମି ଦୁର ଅବସ୍ଥିତ ପାଦଗାଲମା ଗ୍ରାମ ଠାରୁ ଆମ୍ବଗାଁ ଯିବାକୁ ହେଲେ ପାହାଡିଆ ପଥୁରିଆ ଖାଲଖମା ହୋଇ ରହିଥିବା ଦୀର୍ଘ ପାଞ୍ଚ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡେ । ଗ୍ରାମରେ ୫୦ରୁ ଊର୍ଦ୍ଧ୍ଵ ଅଣ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ସରକାରଙ୍କ ଯୋଜନା ଅପହଞ୍ଚ ପାଲଟିଛି । ଗତକାଲି ଶନିବାର ସକାଳେ ଆମ୍ବଗାଁ ଗ୍ରାମର ତେଜସ୍ପୀନି କୁମାରୀଙ୍କୁ ଜନନୀ ଯନ୍ତ୍ରଣା ଅନୁଭବ ହେବା ପରେ ଗ୍ରାମବାସୀ 102 ଆମ୍ବୁଲେନ୍ସକୁ ଫୋନ କରିଥିଲେ କିନ୍ତୁ ପଥୁରିଆ ରାସ୍ତା ଯୋଗୁଁ ଗାଁକୁ ଆମ୍ଦୁଲେନ୍ସ ଯାଇନପାରି ଗାଁ ଠାରୁ ୫କିମି ଦୂର ପଦାଗାଲମା ଗ୍ରାମରେ ଦୀର୍ଘ ଦୁଇଘଣ୍ଚା ଧରି ଅପେକ୍ଷା କରିଥିଲା । ଅନେକ କଷ୍ଟ ସହ ଏଭଳି ବିପଦଜନକ ଓ ଜରୁରୀକାଳୀନ ପରିସ୍ଥିତିରେ ଗର୍ଭବତୀ ମହିଳାକୁ ଦୋଳାରେ ବୋହି ବୋହି ଆଣିଥିଲେ ଗ୍ରାମବାସୀ । ଘଞ୍ଚ ଜଙ୍ଗଲ ଓ ପାହାଡି ରାସ୍ତାରେ ସ୍ଥାନେ ସ୍ଥାନେ ଅସହ୍ୟ ବେଦନାରେ ଛଟପଟ ମହିଳାକୁ ରଖି ରଖି ଆଣାଯାଉଥିବା ବେଳେ ସାଥିରେ କୌଣସି ଆଶାକର୍ମୀ ମଧ୍ୟ ଉପସ୍ଥିତ ନଥିଲେ । ଅନେକ କଷ୍ଟରେ  ଆମ୍ବୁଲେନ୍ସ ପାଖରେ ଗୁରୁତର ମହିଳାକୁ ପହଞ୍ଚାଇଥିଲେ ମଧ୍ୟ ଦାୟିତ୍ବରେ ଥିବା ଆଶା କର୍ମୀ କୁନି ବେହେରା କୌଣସି କାମ ଦର୍ଶାଇ ଆସିନଥିଲେ ଏବଂ ତାଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଆଶାକର୍ମୀକୁ ସାଙ୍ଗରେ ପଠାଇଥିଲେ ।

- Advertisement -

ଯାହା ଫଳରେ ଆଶାକର୍ମୀ ଅପେକ୍ଷାରେ ଅନ୍ତରବା ଗ୍ରାମରେ ରୋଗୀବୁହା ଆମ୍ବୁଲେନ୍ସ ଅଧଘଣ୍ଟା କାଳ ଅଟକିରହିଥିଲା । ପରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାର ଏକଘଣ୍ଟା ମଧ୍ୟରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମା ଓ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ପ୍ରକାଶ କରିଛନ୍ତି ଡାକ୍ତର ଉଲ୍ଲାସ ଚନ୍ଦ୍ର ରାଉତ । ଏଭଳି ଭାବେ ଅନେକ ଜୀବନ ବାଜିରେ ଲାଗୁଥିବା ବେଳେ ଯାହାପାଇଁ ସରକାରଙ୍କ ଯୋଜନାକୁ ଉପହାସ କରୁଛି । ସେପଟେ ପ୍ରଶାସନର ମଧ୍ୟ ରାସ୍ତାଟି ପାଇଁ ସାମାନ୍ୟ ଦୃଷ୍ଟି ପଡୁନଥିବା ହେତୁ ଦୃଢ ନିନ୍ଦା କରିଛନ୍ତି ଗ୍ରାମବାସୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories