www.samajalive.in
Wednesday, December 10, 2025
26.1 C
Bhubaneswar

ମାଆକୁ ମିଳିଲାନି ଚାରିକାନ୍ଧ; ୧୮ ଘଣ୍ଟା ପଡିରହିଲା ଶବ

ବୌଦ୍ଧ: ବୌଦ୍ଧ ଜିଲା ବଲାଶିଙ୍ଗା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ଆଧୁନିକ ସମାଜରେ ସାଧାରଣ ମଣିଷଙ୍କ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ନିରାଶ୍ରୟ ମାଆକୁ ମୃତ୍ୟୁ ପରେ ଜାତିଭାଇଙ୍କ ଚାରିକାନ୍ଧ ନମିଳିବା ଏବଂ ୧୮ ଘଣ୍ଟା ଧରି ଗ୍ରାମରେ ଶବ ପଡିରହିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ମୁତାବକ ବୌଦ୍ଧ ସହରଠାରୁ ମାତ୍ର ୪ କିଲୋମିଟର ଦୂର ଜାତୀୟ ରାଜପଥ କଡ ବଲାଶିଙ୍ଗା ଗ୍ରାମରେ ରହନ୍ତି ନିରାଶ୍ରୟା ବୃଦ୍ଧା ସୁଲଭ ପ୍ରଧାନ( ୭୨) । ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରି ମାଆକୁ ଏକୁଟିଆ ଛାଡି ଚାଲିଯାଇଥିଲେ । ନିରାଶ୍ରୟା ମା’ କିଏ ଦେଲେ ଖାଆନ୍ତି ନହେଲେ ଭୋକ ଉପବାସରେ କୁଡିଆରେ ପଡି ରହିଥାନ୍ତି । ଜାତି ଭାଇଙ୍କ ବିରୋଧ ଯୋଗୁ ଝିଅ ଇଚ୍ଛା ଥିଲେ ମଧ୍ୟ ମାଆ ପାଖକୁ ଆସି କେବେ ସେବା ଯତ୍ନ କରିପାରନ୍ତିନାହିଁ । ଗତକାଲି(ଶନିବାର) ରାତିରେ ବୃଦ୍ଧା ସୁଲଭଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ପରିବାରର କୌଣସି ସଦସ୍ୟ ନଥିବାରୁ  ବୃଦ୍ଧା ସୁଲଭଙ୍କ ଶବ ସେହିପରି ପଡିରହିଥିଲା । ପ୍ରାୟ ୧୮ ଘଣ୍ଟା ଶବ ପଡି ରହିବାପରେ ଏହି ସୂଚନା ପାଇ ଝିଅ ଜମ୍ବୁ ପହଞ୍ଚିଥିଲା ବଲାସିଙ୍ଗା ଗ୍ରାମରେ  । ହେଲେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ ମାଆ ସୁଲଭଙ୍କ ଶବକୁ ଛୁଇଁବାକୁ ଦେଇନଥିଲେ ଏକମାତ୍ର ଝିଅକୁ । ସତେ ଯେପରି ସଭ୍ୟ ସମାଜରେ କୁସଂସ୍କାରର ଅନ୍ଧପୁଟୁଳି ଭିତରେ ହଜିଯାଇଥିଲା ସମସ୍ତଙ୍କ ସାଧାରଣ ମାନବିକତା ।

- Advertisement -

ଝିଅ ଜମ୍ବୁ ନିରୁପାୟ ହୋଇ ବିକଳ ହୋଇ କାନ୍ଦିବା ସହିତ ଘର ଏରୁଣ୍ଡିରେ ଜଗି ରହିବା ସହିତ  ମାଆର ଶବ ସତ୍କାର ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲା । ହେଲେ ତରଳି ନଥିଲା କାହାର ହୃଦୟ ।  ଶେଷରେ ଏହି ସୂଚନା ଯାଇ ପହଞ୍ଚିଥିଲା ଜିଲା ପ୍ରଶାସନ ନିକଟରେ । ଜିଲା ପ୍ରଶାସନର ସହଯୋଗକ୍ରମେ ଦୀର୍ଘ ୧୮ ଘଣ୍ଟା ପରେ ସୁଲଭଙ୍କ ଶବ ଉଠାଇବାକୁ ପହଞ୍ଚିଥିଲେ  ଦେବଦୂତ ରୂପୀ ସ୍ୱେଚ୍ଛାସେବୀମାନେ । ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଛାସେବୀ ସମିତିର ୪ ଜଣ ସଦସ୍ୟ ଏବଂ ଯୁବ ରେଡକ୍ରସର ସଂପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ ପହଞ୍ଚି ସୁଲଭଙ୍କ ଶବକୁ ଉଠାଇ ମଶାଣୀକୁ ନେବା ସହିତ ବିଧି ମୁତାବକ ସତ୍କାର ବ୍ୟବସ୍ଥା କରାଇଥିଲେ ।

ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଜାତି ବଡ ନା ମାନବିକତା ବଡ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ସରକାର ଜାତିଆଣ ଭେଦଭାବ ନେଇ ଅନେକ ଆଇନ ପ୍ରଣୟନ କରିଥିଲେ ମଧ୍ୟ ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଲୋକମାନେ ଏହାକୁ ନେଇ ସଚେତନ ନୁହନ୍ତି । ଏହି ଘଟଣା ଦ୍ୱାରା ପ୍ରମାଣିତ ହୋଇଛିଯେ, ଆଇନ ଯେତେ ତିଆରି ହେଲେ ମଧ୍ୟ ସାଧାରଣଲୋକଙ୍କ ମାନସିକତାରେ ପରିବର୍ତନ ନହେଲେ ତାହାର କୌଣସି ମୂଲ୍ୟ ନାହିଁ । ସାଧାରଣ ମାନବିକତା ଅଭାବରୁ ବିଶ୍ୱ ମାତୃ ଦିବସ ଭଳି ଦିବସରେ ଜଣେ ଝିଅ  ନିଜ ମାଆର ଶବକୁ ଛୁଇଁ ନପାରିବା ସଭ୍ୟ ଓ ସଚେତନ ସମାଜ ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories