www.samajalive.in
Monday, December 15, 2025
27.1 C
Bhubaneswar

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ କୋଟି ଟଙ୍କାର ବୃତ୍ତି ଘୋଷଣା

ଭୁବନେଶ୍ୱର: ସ୍ନାତକୋତ୍ତର ତଥା ଉଚ୍ଚଶିକ୍ଷା ପାଇଁ ଦେଶର ଅନ୍ୟତମ ପ୍ରମୁଖ ବିଶ୍ୱବିଦ୍ୟାଳୟ କେଏଲ୍ ଡିମଡ ଟୁ ବି ୟୁନିଭର୍‌ସିଟି ଆଞ୍ଚଳିକ କାର୍ୟ୍ୟାଳୟ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କେଏଲ୍ ବିଶ୍ୱବିଦ୍ୟାଳୟର ନାମଲେଖା ନିର୍ଦେଶକ ଡ.ଜେ.ଶ୍ରୀନିବାସ ରାଓ ମେଧା ବୃତ୍ତି ଓ କେଏଲ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୨୦୨୨ର ତାରିଖ ଘୋଷଣା କରିଥିଲେ। ଆସନ୍ତା ମେ ୨୧ ରୁ ୨୪ ତାରିଖ ପର୍ୟ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ। ଏପର୍ଯ୍ୟନ୍ତ ଦେଶ ବିଦେଶରେ ୫୦, ୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ପ୍ରତିବର୍ଷ ଉଚ୍ଚମାନର ଛାତ୍ରମାନଙ୍କୁ ସ୍କ୍ରିନିଂ କରିବାର ଉଦ୍ଦେଶ୍ୟ ଥିବାରୁ ନାମଲେଖାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାଧାନ୍ୟ ଦିିଆଯାଉଛି। ଏହି ବର୍ଷର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥର ୧୦୦ କୋଟିର ଛାତ୍ର ବୃତ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ବିଶ୍ୱବିଦ୍ୟାଳୟର ନାମଲେଖା ନିର୍ଦେଶକ ଡ଼. ରାଓ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାପାଇଁ ୧୦୦ କୋଟି ଟଙ୍କାର ଛାତ୍ର ବୃତ୍ତି ପ୍ରଦାନ କରୁଛୁ। ଗତବର୍ଷ ଆମେ ଭୁବନେଶ୍ୱରର ବହୁ ଯୋଗ୍ୟ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛୁ। କରୋନା ମହାମାରୀ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ଲେସ୍‌ମେଣ୍ଟ ପାଇଥିଲେ। ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀ ଡ଼େଲାଏଟ୍‌, ମାଇକ୍ରୋସପ୍ଟ, ଆମାଜନ୍‌, ଆକ୍ସେଣ୍ଡେର, ୱିପ୍ରୋ, ୱାଲମାର୍ଟ ଲ୍ୟାବ୍ ଆଦି କମ୍ପାନୀରେ ଚାକିରି ପାଇଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories