www.samajalive.in
Wednesday, December 10, 2025
16.1 C
Bhubaneswar

ପାଟଣା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ବିଦ୍ୟୁତ୍‌ ଓ ଶିଶୁ ବିକାଶ ବିଭାଗକୁ ତାଗିଦ୍ କଲେ ବିଧାୟକ

ପାଟଣା: ନବନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ନେଇ ପାଟଣା ପଞ୍ଚାୟତ ସମିତିର ପ୍ରଥମ ବୈଠକ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖୋଦ ପାଟଣା ବିଧାୟକ ତଥା ଜିଲ୍ଲା ଯାଜନା ବୋର୍ଡ ସଭାପତି ଜଗନ୍ନାଥ ନାଏକ ଯୋଗଦେଇ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟର ସମୀକ୍ଷା କରିବା ସହ ଜନସାଧାରଣ, କୃଷକ, ଗରିବ, ଜନଜାତି ମାନଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବ ଦେଇ ସମାଧାନ କରିବା ଓ ଉନ୍ନୟନ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ନିତ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ, ସୌଭାଗ୍ୟ ମଞ୍ଜରୀ ନାଏକ ଓ ରୁନୁ ମହାନ୍ତଙ୍କ ସହ ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ, ସାଂସଦ ପ୍ରତିନିଧି କାନ୍ତାମନକା ସିଂହ, ଜିପିଇଓ ରଶ୍ମିରେଖା ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ ।

ବୈଠକରେ ସମସ୍ତ କନିଷ୍ଠ ଯନ୍ତ୍ରୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ସାଗର କୁମାର ନାଏକ, ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ବ୍ଲକକୃଷି ଅଧିକାରୀ କୃପାସିନ୍ଧୁ ସାହୁ ଓ ପରେଶ କୁମାର ଦାଶ, ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି, ବିଦ୍ୟୁତ୍‌ ବିଭାଗ କନିଷ୍ଠ ପଦ୍ମକିଶୋର ଜେନା, ଯୋଗାଣ ଅଧିକାରୀ ବିଦ୍ୟୁତ୍‌ ଲତା ନାଏକ, ଓଡିଶା ଜୀବିକା ମିଶନର ବ୍ଲକ ପରିଚାଳକ ମନୋରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଦ୍ୟୁତ୍‌ ବିଭାଗର ଅଧିକାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଲାଣଘାଟି ସମିତିସଭ୍ୟ ବିଶ୍ୱନାଥ ନାୟକଙ୍କ ସହ ସମସ୍ତ ସମିତି ସଭ୍ୟ ସଭ୍ୟା, ବଡ଼ପାଟଣା ସରପଞ୍ଚ ବିନତି ବାନରାଙ୍କ ସହ ସମସ୍ତ ସରପଞ୍ଚ ମାନେ ବୈଠକରେ ସାମିଲଥିଲେ ।

- Advertisement -

ଟିକିରା ବିଦ୍ୟୁତ୍‌ ଗ୍ରୀଡରୁ ପାଟଣାକୁ ଯଥାଶୀଘ୍ର ବିଦ୍ୟୁତ୍‌ ସଂଯୋଗ କାମ ସାରିବା ଓ ଅନୁଦାନ ଥାଇ ମଧ୍ୟ ଜାଗା ଚିହ୍ନଟ କରିପାରୁ ନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଘର ହୋଇ ପାରୁନଥିବା ଘଟଣାରେ ବିଧାୟକ ଶ୍ରୀ ନାଏକ ଉଦବେଗ ପ୍ରକାଶ କରିଥିଲେ । ତାହା ସହ ଯଥାଶୀଘ୍ର କାମ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ । ଏହି ବୈଠକରେ ଆବାସ ଯୋଜନା, ଜଳସେଚନ, ଉଦ୍ୟାନ ବିଭାଗ, ଆଦିବାସୀ କଲ୍ୟାଣ, ମତ୍ସ୍ୟ ଓ ପଶୁ ସମ୍ପଦ, ଜଳ ବିଭାଜିକା, ସାମାଜିକ ସୁରକ୍ଷା, ପାନୀୟ ଜଳ ଓ ଖାଦ୍ୟ ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଥିବା ବେଳେ ପୂର୍ତ୍ତ ଓ ଗ୍ରମ୍ୟ ଉନ୍ନୟନ ବିଭାଗର ଅଧିକାରୀ ବୈଠକରେ ଅନୁପସ୍ଥିତ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories