www.samajalive.in
Tuesday, December 9, 2025
15.1 C
Bhubaneswar

ସଚେତନତା ବୈଠକ ସହ ମାଗଣା ବସ୍ତ୍ର ହାଟର ଶୁଭାରମ୍ଭ କଲା ଭରସା ପରିବାର

ପାଟଣା: କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଉଁରିକଳା ଗ୍ରାମପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ଆଞ୍ଚଳିକ ସ୍ଥିତିକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବାର ପ୍ରୟାସ କରିଥିଲା ଭରସା ପରିବାର । ସଭାପତି ଲମ୍ବୋଦର ମହାନ୍ତ, ଯୋଜନା ପ୍ରମୁଖ ଶିବଶଙ୍କର ମିଶ୍ର, ମିଡିଆ ସେଲ ବିଜୟ କୁମାର ମହାନ୍ତ, ସକ୍ରିୟ ସଦସ୍ୟା ମମତାମୟୀ ପାତ୍ର, ଗ୍ରାମବାସୀଙ୍କ ମଧ୍ୟରେ ବୈଶାଖୁ ମହାନ୍ତ, ସହଦେବ ମୁଣ୍ଡା ଓ ଜଗମୋହନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଖୁଣ୍ଟାପଡା ଗ୍ରାମବାସୀଙ୍କୁ ଶିକ୍ଷା, କୃଷିକୁ ଗୁରୁତ୍ୱ ଦେବା ପାଇଁ ମତପ୍ରକାଶ କରିଥିଲେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଶାମୁକ୍ତ ରହିବା ପାଇଁ ଆହ୍ୱାନ ଦେଇଥିଲେ । ଦେହ ଖରାପ ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ଉପରେ ନିର୍ଭର ନକରି ଡାକ୍ତରଖାନାରେ ଚିକିତ୍ସିତ ହେବାପାଇଁ ସଚେତନ କରାଯାଇଥିଲା । ପରିଶେଷରେ ଭରସା ପରିବାର ପକ୍ଷରୁ ମାଗଣା ବସ୍ତ୍ର ହାଟ ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଗ୍ରାମବାସୀ ନିଜ ନିଜ ଇଚ୍ଛା ମୁତାବକ ବସ୍ତ୍ର ପସନ୍ଦ କରି ନେଇଥିଲେ । ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ବଣ୍ଟନ ସହିତ ଶିକ୍ଷାଗ୍ରହଣ ପାଇଁ ବିଦ୍ୟାଳୟକୁ ଯିବାକୁ ପ୍ରତିଜ୍ଞାବଦ୍ଧ କରାଯାଇଥିଲା ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories