www.samajalive.in
Sunday, December 7, 2025
18.1 C
Bhubaneswar

ଧାମରାରେ ମତ୍ସ୍ୟ ପ୍ରାକ ପ୍ରକ୍ରିୟା କରଣ କେନ୍ଦ୍ର ଉଦଘାଟିତ

ଧାମରା :ଧାମରା ମତ୍ସ୍ୟ ପୋତାଶ୍ରୟ ଅଧିନରେ ଥିବା ସ୍ନୋ ଓାର୍ଲ୍ଡ ମେରାଇନ ଏକ୍ସପୋର୍ଟ ପକ୍ଷରୁ ଏକ ମତ୍ସ୍ୟ ପ୍ରାକ ପ୍ରକ୍ରିୟା କରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଆଜି ଏହି ଉଦଘାଟନୀ ଉତ୍ସବରେ କପିଳ ସାହୁ ଫିତା କାଟି ଏହି ପ୍ରାକ ପ୍ରକ୍ରିିୟା କରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି କମ୍ପାନୀରେ ଶତାଧିକ ମହିଳା ନିଯୁକ୍ତି ଦିଆଯିବା ସହ ପ୍ରାକ ପ୍ରକ୍ରିୟା କରଣରେ କିପରି ମାଛ ଗୁଡିକ ପ୍ୟାକିଂ ସମୟରେ ଗୁଣବତା ବଜାଇ ରହିବ ସେ ବିଷୟରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଧାମରା ମତ୍ସ୍ୟଜୀବୀ ସଂଘର ପୂର୍ବତନ ସଂପାଦକ ପ୍ରଫୁଲ ଜେନା,ବର୍ତମାନର ସଂପାଦକ ସୁଦର୍ଶନ ଲେଙ୍କା ଉପସ୍ଥିତ ରହି ମତ୍ସ୍ୟଜୀବୀ ମାନଙ୍କର ସୁବିଧା ଏବଂ ଅସୁବିଧା ଉପରେ ଆଲୋକପାତ କରିଥିଲେ। ସ୍ନୋ ଓାର୍ଲ୍ଡ ମେରାଇନ ଏକ୍ସପୋର୍ଟ କମ୍ପାନୀର ଚେୟାରମେନ ବିଭୁତି ମିଶ୍ର ,ନିର୍ଦେଶକ ପ୍ରକାଶ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଚିଙ୍ଗୁଡି ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ ମାନଙ୍କର ପୂର୍ବ ଏବଂ ବର୍ତମାନର ଆର୍ଥିକ ସ୍ଥିତି ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ କମ୍ପାନୀ କର୍ତୁପକ୍ଷ ମତ୍ସ୍ୟଜୀବୀ ମାନଙ୍କ ପାଇଁ ବହୁ ହିତକର କାର୍ଯ୍ୟ କରିବା ପାଇଁ ଆଗେଇ ଆସିବ ବୋଲି ମତ ରଖିଥିଲେ। ଆଜି କମ୍ପାନୀର ପରିଚାଳକ ପଦ୍ୱୀପ୍ତ କୁମାର ମହାନ୍ତି ଧାମରା ଉପରେ ଏକ ଜଳଛତ୍ର ଶିବିରର ଆୟୋଜନ କରିଥିଲେ। ଆଜିର ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଦୀପଙ୍କର ଗିରି, ରାହୁଲ ସ, ଶ୍ରୀମନ୍ତ କୁମାର ଦାସ,ପ୍ରବୀର ସାହୁ ,ଶ୍ରୀଲୋଚନ ପାତ୍ର, ରମେଶ ନାୟକ,ଅମୁଲ୍ୟ ମଣ୍ଡଳ,ଅକ୍ଷୟ ସାହୁ, ବିମଳ ମାଇତି,ବୈରାଗୀ ବେହେରା, ଅଜୟ ମହାନ୍ତି, ରଞ୍ଜୟ ମହାନ୍ତି,ପ୍ରଫୁଲ ଜେନା ବିଦ୍ୟାଧର ସ,ତ୍ରିଲୋଚନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଚଣ୍ଡ ରୋଦ୍ର ତାପରୁ ରକ୍ଷା ହେବା ତଥା ଧାମରାର ଜୈବିକ ପରିବେଶକୁ ଉଦଜିବୀତ କରିବା ପାଇଁ ମତ୍ସ୍ୟଜୀବୀ ସଂଘର ପୂର୍ବତନ ସଂପାଦକ ପ୍ରଫୁଲ ଜେନା,ବର୍ତମାନର ସଂପାଦକ ସୁଦର୍ଶନ ଲେଙ୍କା ଏବଂ କମ୍ପାନୀର ପରିଚାଳକ ପ୍ରଦ୍ୱୀପ୍ତ କୁମାର ମହାନ୍ତି ବୃକ୍ଷରୋପଣ କାର୍ଯ୍ୟ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories