www.samajalive.in
Thursday, December 11, 2025
14.1 C
Bhubaneswar

ନୀଳଗିରି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ; ସମଲିଙ୍ଗୀ ପ୍ରେମର ସୁରାକ, ସହପାଠିନୀ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ କଲେଜ ହଷ୍ଟେଲ ଭିତରେ ଆତ୍ମହତ୍ୟା ଘଟିଛି। ବସ୍ତା ବ୍ଲକ ସିଂଲା ଥାନା ଅଧୀନ ବାସୁଳିଦୀଘା ଗାଁର ଛାତ୍ରୀ ସସ୍ମିତା ଦେ (୧୯)ଆତ୍ମହତ୍ୟା କରିଛନ୍ତି। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାପରେ ଏକ ଡାଏରୀ ହସ୍ତଗତ ହୋଇଛି। ଏହି ଡାଏରୀରୁ ସମଲିଙ୍ଗୀ ସମ୍ପର୍କ ଥିବା ଜଣାପଡିଛି। ଏ ନେଇ ପୁଲିସ ଜଣେ ସହପାଠିନୀକୁ ଗିରଫ କରିଛି। ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ସହପାଠିନୀକୁ ରବିବାର କୋର୍ଟଚାଲାଣ କରାଯାଇଛି। ମୃତ ଛାତ୍ରୀଙ୍କଠାରୁ ଜବତ ହୋଇଥିବା ଡାଏରୀରେ ଲେଖାଥିବା ଶବ୍ଦଗୁଡ଼ିକ ଏକ ଝିଅ ଆଡ଼କୁ ଅଙ୍ଗୁଳିନିର୍ଦେଶ ହୋଇଥିବା ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ସମ୍ପୃକ୍ତା ଛାତ୍ରୀଙ୍କୁ ୨ଦିନ ହେବ ଅଟକ ରଖାଯାଇଥିଲା। ଛାତ୍ରୀ ଲିକିକୁ ପଚରା ଉଚରା କରିବା ପରେ ଉଭୟଙ୍କ ମଧ୍ୟରେ ରହିଥିବା ସମଲିଙ୍ଗୀ ପ୍ରେମସମ୍ପର୍କର ପୁଲିସ ସୁରାକ ପାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଜଣକ ଏକ କଲେଜର ହୋଇଥିବାବେଳେ ଲିକି ଅନ୍ୟ ଏକ କଲେଜର ଛାତ୍ରୀ ଥିଲେ। କିନ୍ତୁ କଲେଜ ହଷ୍ଟେଲ ପାର୍ଶ୍ବସ୍ଥ ଏକ ମେସରେ ଲିକି ରହୁଥିବା ଯୋଗୁ ଉଭୟଙ୍କ ମଧ୍ୟରେ ସମ୍ପର୍କର ଦୃଢ଼ତା ହୋଇଥିଲା। ଉଭୟ ଉଭୟଙ୍କୁ ଭଲପାଉଥିଲେ। ଏପରିକି ପୂର୍ବରୁ ମୃତ ଛାତ୍ରୀଜଣକ ଲିକି ପାଇଁ ନିଜ ହାତକାଟି ରକ୍ତଭିଜା ତୁଳିରେ ଲିକି ଉଦେଶ୍ୟରେ ପ୍ରେମପତ୍ର ଦେଇଥିବା ମଧ୍ୟ ପୁଲିସକୁ ପ୍ରମାଣ ମିଳିଛି। ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ସସ୍ମିତା ଲିକିକୁ ଏକ ଆତ୍ମହତ୍ୟା କରିବାର ଲୋଗୋ ମଧ୍ୟ ପଠାଇଥିଲା ବୋଲି ପୁଲିସ କହିଛି। ଏଣୁ ଏହି ଲୋଗୋ ପଠାଇବାର କିଛି ସମୟ ପରେ ଛାତ୍ରୀ ସସ୍ମିତା ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଉକ୍ତ କଲେଜ ହଷ୍ଟେଲ ସୁପରିଣ୍ଟେଣ୍ଡେଟଙ୍କ ଏତଲାକୁ ଆଧାର କରି ନୀଳଗିରି ଆଇଆଇସି ନଳିତା ମୋଦି ସହପାଠିନୀ ତଥା ଛାତ୍ରୀ ଲିକିକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏହି ଘଟଣା ସମ୍ପ୍ରତି ନୀଳଗିରି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଗିରଫ କରାଯାଇଥିବା ଛାତ୍ରୀ ଲିକିକୁ ଫସାଇ ଦିଆଯାଇଛି ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories