www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ଲାଷ୍ଟିକ୍‍ ମୁକ୍ତ ବିଶ୍ୱକପ୍; ଉଦ୍‍ଘାଟନୀ ଉତ୍ସବ ଲାଗି ସ୍ୱତନ୍ତ୍ର ଟିକଟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ମାତ୍ର ୫୭ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ଖେଳାଯିବ। ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି ଓଡ଼ିଶା ସମେତ ଦେଶରେ ସୃଷ୍ଟି ହୋଇଛି ହକି ଫିଭର। ଭାରତରେ ତୃତୀୟ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାକୁ ଶ୍ରେଷ୍ଠ ଆୟୋଜନରେ ପରିଣତ କରିବା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ଓ ବିଦେଶର ଖେଳାଳି, ପର୍ଯ୍ୟଟକ ଓ ହକିପ୍ରେୀମାନଙ୍କୁ ସବୁଜମୟ ବାର୍ତ୍ତା ଦେବା ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡ଼ିୟମକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍‍ ମୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଅକ୍ଟୋବର ୨ରୁ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ପୁରୀ ଓ ସମ୍ବଲପୁରରେ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଷ୍ଟିକ୍‍ ବ୍ୟବହାର ନିଷିଦ୍ଧ ଲାଗି ନିଷ୍ପତ୍ତି ନେଇଛନ୍ତି। ହକି ବିଶ୍ୱକପରେ ୧୬ଟି ଦେଶର ଖେଳାଳି ଅଂଶଗ୍ରହଣ କରିବେ। ସହରର ପରିବେଶକୁ ସବୁଜମୟ କରିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଆଗେଇ ଚାଲିଛି। ଏଥିପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ଉପରେ ଗୁୁରୁତ୍ୱ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖ କଳିଙ୍ଗ ଷ୍ଟାଡ଼ିୟମକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍‍ ମୁକ୍ତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ବୋଲି କଳିଙ୍ଗ ଷ୍ଟାଡ଼ିୟମ ତତ୍ତ୍ୱାବଧାରକ ବାରିଜ ରଞ୍ଜନ ମହାନ୍ତି କହିଛନ୍ତି। ପ୍ରତିଯୋଗିତାର ଉଦ୍‍ଘାଟନୀ ଉତ୍ସବ ନଭେମ୍ବର ୨୭ରେ ଅନୁଷ୍ଠିତ ହେବ। ମ୍ୟାଚ ଲାଗି ଅନ୍‍ଲାଇନ୍‍ରେ ଟିକଟ ବିକ୍ରି ଜାରି ରହିଥିବାବେଳେ ଉଦ୍‍ଘାଟନୀ ଉତ୍ସବ ପାଇଁ ଟିକଟ କେବଳ କାଉଣ୍ଟରରେ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଦାୟିତ୍ୱ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହାୟତାରେ ଅନୁଷ୍ଠିତ ହେବ। ଉଦ୍‍ଘାଟନୀ ଉତ୍ସବରେ ୧୨ ହଜାର ଦର୍ଶକ ଷ୍ଟାଡ଼ିୟମରେ ବସି ଦେଖିବା ଲାଗି ସୁଯୋଗ ରହିଛି। ଏଥିପାଇଁ କେତେ ଟିକଟ ସାଧାରଣ ଦର୍ଶକଙ୍କ ଲାଗି ଉପଲବ୍ଧ ହେବ ଓ କେତେ ପାସ୍‍ ରହିବ ସେ ନେଇ ଚୂଡାନ୍ତ ହୋଇନଥିଲେ ମଧ୍ୟ ମ୍ୟାଚ ପାଇଁ ରହିଥିବା ଟିକଟ ମୂଲ୍ୟଠାରୁ ଉଦ୍‍ଘାଟନୀ ଉତ୍ସବ ଟିକଟ ମୂଲ୍ୟ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି। ଉଦ୍‍ଘାଟନୀ ଉତ୍ସବରେ ଅସ୍କାର ପୁରସ୍କାର ବିଜେତା ପ୍ରସିଦ୍ଧ ସଙ୍ଗୀତକାର ଏ.ଆର ରେହମାନ ଯୋଗଦେବା ସହିତ ହକି ବିଶ୍ୱକପର ଅଫିସିଆଲ ସଙ୍ଗୀତ ପରିବେଷଣ କରିବେ। ଉଦ୍‍ଘାଟନୀ ଉତ୍ସବକୁ ଚିତ୍ତାକର୍ଷକ କରିବା ଲାଗି ହକି ବିଶ୍ୱକପ ନିମନ୍ତେ ଓଡ଼ିଶା ସରକାରଙ୍କ ପାଇଁ ରଣନୀତି ଓ ଯୋଗାଯୋଗ କନ୍‍ସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ନୂପୁର ମହାଜନ ପୂର୍ବରୁ ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାର ଲକ୍ଷ୍ୟ ଥିବାରୁ ମ୍ୟାଚ ଟିକଟ ତୁଳନାରେ ଉଦ୍‍ଘାଟନୀ ଉତ୍ସବର ଟିକଟ ମୂଲ୍ୟ ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories