www.samajalive.in
Sunday, December 14, 2025
15.1 C
Bhubaneswar

ବ୍ରିଟେନର ଅର୍ଥନୀତିକୁ ଖୁବଶୀଘ୍ର ଅତିକ୍ରମ କରିବ ଭାରତ: ମୋଦୀ

ଅହମଦାବାଦ : ଆଉ ବେଶୀ ଦିନ ନୁହେଁ। ଭାରତର ଅର୍ଥନୀତି ଖୁବଶୀଘ୍ର ବ୍ରିଟେନର ଅର୍ଥନୀତିକୁ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ଗୁଜରାଟ କଚ୍ଛ ଜିଲାରେ ପ୍ରଧାନମନ୍ତ୍ରୀ ମୁଣ୍ଡ୍ରା ଏଲଏନଜି ଟର୍ମିନାଲ, ଅନଜାର-ମୁଣ୍ଡ୍ରା ଓ ପାଲାନପୁର-ପାଲି-ବାରମେଣ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ରାଜକୋର୍ଟରେ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ସଂଗ୍ରହାଳୟକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ରାଜକୋଟର ଆଲଫ୍ରେଡ ହାଇସ୍କୁଲରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଗାନ୍ଧୀ ଏହି ସ୍କୁଲରେ ପାଠ ପଢିଥିଲେ। ଆନନ୍ଦ ଜିଲାରେ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ଅମୁଲର ଅନେକ ପ୍ରକଳ୍ପକୁ ଉଦ୍‍ଘାଟନ କରିଛନ୍ତି। ଏହା ମଧ୍ୟରେ ରହିଛି ଅମୁଲର ଚକୋଲେଟ ପ୍ଲାଣ୍ଟ। ଏହି ଚକୋଲେଟ ପ୍ଲାଣ୍ଟରେ ମାସକୁ ୧୦୦୦ ଟନ ଚକୋଲେଟ ଉତ୍ପାଦନ ହେବ। ସେହିପରି ବିଦ୍ୟା ଡାଏରି ଓ ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ ୨୦କୋଟି ଟଙ୍କା ମୂଲ୍ୟର ଆଇସକ୍ରିମ୍‍ ପ୍ଲାଣ୍ଟକୁ ଉଦଘାଟନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories