www.samajalive.in
Saturday, December 6, 2025
15.1 C
Bhubaneswar

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ବନ୍ଧୁଗାଁ : କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ବଡମାଥୁର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଇଲୁ ପିଡ଼ିକା। ଗତକାଲି ହଠାତ୍ କାଳବୈଶାଖୀ ମାଡି ଆସି ପବନ ବର୍ଷା ସହିତ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟା ସମୟରେ ମହିଳା ଜଣକ ଗାଁ ଠାରୁ ୩୦୦ ମିଟର ଦୂରରେ ଥିବା କୁଡିଆ ଘରରୁ ଯାଇଥିଲେ। ସେହି ସମୟରେ ହଠାତ୍ ବଜ୍ରପାତରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀର ମୃତ୍ୟୁରେ ସ୍ବାମୀ ନବୀନ ପିଡ଼ିକା ନିଜର ଦୁଇ ପୁଅ ଓ ଛୋଟ ଝିଅକୁ ନେଇ ଚିନ୍ତାରେ ରହିଛନ୍ତି। ବନ୍ଧୁଗାଁ ବ୍ଲକ ଉପାନ୍ତ ଅଞ୍ଚଳରେ ଶତପ୍ରତିଶତ ଆଦିବାସୀ ପରିବାର ନିଜ ଗ୍ରାମରେ ସ୍ଥାୟୀ ଘର ଥିଲେ ମଧ୍ୟ ନିଜ ଜମି ଗୁଡିକ ନିକଟରେ କୁଡିଆ ଘର କରି ରହିଥାନ୍ତି । ସେହି କୁଡିଆ ନିକଟଠାରେ ଚାଷ କାର୍ୟ୍ୟ କରିବା ସହିତ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି ଓ ପାଖରେ ତେନ୍ତୁଳି ଆମ୍ବ ଇତ୍ୟାଦି ଗଛ ମଧ୍ୟ ଲଗାଇ ଥାନ୍ତି। ପ୍ରତି ବର୍ଷ କାଳବୈଶାଖୀ ବର୍ଷା  ସହ ବଜ୍ରପାତରେ ବହୁ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି। ଗରିବ ପରିବାରରେ ହୋଇ ଥିବାରୁ ସରକାର ଏହି ପରିବାରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବ୍ଲକ ବାସିନ୍ଦା ଗୁହାରି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories