www.samajalive.in
Saturday, December 6, 2025
16.1 C
Bhubaneswar

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦନୁସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଲିଙ୍ଗରାଜ ପୁଆଲ (୨୧) ।
ସୂଚନା ଅନୁଯାୟୀ ଦାନୁସାହିରେ ରାୟଗଡା ବ୍ଲକ ଦୁର୍ଗାପାଡୁ ଗାଁର ତିନିଜଣ ବାଳକ ଲିଙ୍ଗରାଜ ପୁଆଲ, ଭୀଷ୍ମ ପୁଆଲ ଓ ସଚିନ ପାଲକା ରହି ଦେବଗିରି ମହାବିଦ୍ୟାଳୟରେ ଅଧ୍ୟୟନ କରିଆସୁଥିଲେ । ଆଜି ସକାଳେ ଲିଙ୍ଗରାଜ ନିଜ ପୋଷାକ ସଫାକରି ଶୁଖାଇବା ପାଇଁ ଯାଇଥିଲେ । ପୋଷାକ ଶୁଖାଇବା ବେଳେ ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୂରକୁ ଛିଟକି ପଡିଥିଲେ। ଏହା ସାଙ୍ଗମାନେ ଦେଖି ସାହି ପଡିଶାକୁ ଡାକି ଲିଙ୍ଗରାଜକୁ ଉଦ୍ଧାର କରି ରୋଗୀ ବୁହା ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ସେଠାରେ  ଡାକ୍ତର ସମ୍ୟରଞ୍ଜନ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଗାପାଡୁ ଗାଁର ସୋମନାଥ ପୁଆଲାଙ୍କ ଜ୍ୟେଷ୍ଠ ପୁତ୍ର ଲିଙ୍ଗରାଜ ଦେବଗିରି ମହାବିଦ୍ୟାଳୟର ଯୁକ୍ତ ୩ ର ୨ୟ ବର୍ଷର ଛାତ୍ର ବୋଲି ଜଣାପଡିଛି ।  ଏହି ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପୁଲିସକୁ ଯୋଗାଯୋଗ କରିଥିବା ଛାତ୍ର ଅନ୍ୟ ବ୍ଲକର ହୋଇଥିବାରୁ ସେହି ବ୍ଲକରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories