www.samajalive.in
Saturday, December 13, 2025
23.1 C
Bhubaneswar

ଓଡ଼ିଶା ଓକିଲଙ୍କ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲା ଭାରତୀୟ ବାର କାଉନସିଲ

ଭୁବନେଶ୍ୱର : ଓଡ଼ିଶା ଓକିଲଙ୍କ ଆନ୍ଦୋଳନର ସମାଧାନ ପାଇଁ ଭାରତୀୟ ବାର କାଉନସିଲ ପକ୍ଷରୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷପ ଲୋଡାଯାଇଛି। ଏନେଇ ଭାରତୀୟ ବାର କାଉନସିଲ ଅଧ୍ୟକ୍ଷ ମନନ ମିଶ୍ର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ଅନ୍ୟ ବରିଷ୍ଠ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଓଡ଼ିଶା ସରକାରଙ୍କ ନିନ୍ଦା କରିବା ସହ ଓକିଲଙ୍କ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଉଚିତ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି। ଓକିଲଙ୍କ ଦାବି ପ୍ରତି ଓଡ଼ିଶା ସରକାର କିମ୍ବା ନ୍ୟାୟାପାଳିକା ଧ୍ୟାନ ଦେଉନଥିବା ସେ ଅଭିଯୋଗ କରିଛନ୍ତ। ସେ ଲେଖିଛନ୍ତି କି ଓକିଲ ଆନ୍ଦୋଳନ ଅଗଷ୍ଟ ମାସ ୨୮ତାରିଖରୁ ଚାଲୁ ରହିଛି। ମାତ୍ର ଏପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷପ ନିଆଯାଇନାହିଁ। ଫଳରେ ସମସ୍ଥ ନ୍ୟାୟିକ କାର୍ଯ୍ୟ ଠପ୍‍ ହୋଇଯାଇଛି। ହାଇକୋର୍ଟ ବିଚାରପତି କିମ୍ବା ଅବସର ପ୍ରାପ୍ତ ବିଚାରପତିଙ୍କର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବିବାଦର ସମାଧାନ କରିବାକୁ ସେ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ପୁଲିସ୍‍ କର୍ମୀଙ୍କ ଗିରଫ ଦାବିରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories