www.samajalive.in
Wednesday, December 10, 2025
18.1 C
Bhubaneswar

ନବଜାତ ଶିଶୁପୁତ୍ର ଉଦ୍ଧାର କରି କୋଳାଇ ନେଲେ ପୁତ୍ର ନଥିବା ପରିବାର

ନେମାଳ : ନେମାଳ ଥାନା ଅନ୍ତର୍ଗତ ତିଲକଣା ପଞ୍ଚାୟତର ରାଠପୁରରେ ନବଜାତ ଶିଶୁପୁତ୍ର ଉଦ୍ଧାର କରି କୋଳେଇ ନେଇଥିବା ଜଣାପଡିଛି। ଗହୀର ବିଲ ନିକଟ ଏକ ଜୁଣ ବୁଦାମୂଳରେ ପଡି ରହିଥିବା ନବଜାତ ଶିଶୁ ପୁତ୍ରକୁ ଉକ୍ତ ଗ୍ରମର ଜଣେ ମହିଳା ଉଧାର କରିଛନ୍ତି। ଖବରଅନୁସାରେ ଉକ୍ତ ଗ୍ରାମର ଭଗବାନ ସାହୁ ବିଲକୁ ଯିବା ସମୟରେ ରାଠପୁର ଗହୀର ବିଲ ନିକଟ ଜୁଣ ବୁଦାମୂଳରେ ଏକ ନବଜାତ ଶିଶୁ ପୁତ୍ରକୁ ପଡିଥିବାର ଦେଖିଥିଲେ। ପରେ ସେ ଘରକୁ ଆସି ତାଙ୍କ ଝିଅ ରଞ୍ଜିତାକୁ ସଙ୍ଗରେ ନେଇ ଶିଶୁ ପୁତ୍ରଟିକୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାକୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁ ପୁତ୍ରର ଚିକିତ୍ସା କରାଯାଇଥିଲା। ଶିଶୁ ପୁତ୍ରଟି ଏବେ ସୁସ୍ଥ ଥିବା ଜଣାପଡିଛି। ଭଗବାନଙ୍କ ପରିବାରରେ ପାଞ୍ଚ ଝିଅ ଥିବା ବେଳେ ଏହି ଶିଶୁ ପୁତ୍ରଟିକୁ ପାଇ ପରିବାର ଲୋକେ ବେସ ଆନନ୍ଦିତ ହୋଇଥିବା ବେଳେ ଉକ୍ତ ଶିଶୁପୁତ୍ରଟି ଠାକୁରଙ୍କ କରୁଣାରୁ ପାଇଛନ୍ତି ବୋଲି ପରିବାର ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories