www.samajalive.in
Saturday, December 13, 2025
26.1 C
Bhubaneswar

ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ : କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ, ବିଜେପି

ମୋହନା : ଶନିବାର ବିଜେଡି ମହିଳା ସମାବେଶର ମଞ୍ଚ ଉପରେ ବିଡିଓ ବଂଶିଧର ଖୋସଲା ମଞ୍ଚାସିନ ଥିବାକୁ ନେଇ ମୋହନା ବ୍ଳକରେ ଚର୍ଚ୍ଚା ଜୋର ଧରିଛି। ଗଜପତି ଜିଲା ମୋହନାରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ମହିଳା ସମାବେଶ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ସ୍ଥାନୀୟ ହାଇସ୍କୁଲ ପଡିଆରୁ ଶୋଭାଯାତ୍ରା ବାହାରିଥିଲା। ଏଥିରେ ବ୍ଳକର ବିଭିନ୍ନ ମହିଳା ସଂଘ, ସୁପରଭାଇଜର ଓ ଅଙ୍ଗନୱାର୍ଡି କର୍ମୀମାନେ ମଧ୍ୟ ସାମିଲ ହୋଇ ବିଜେଡିର ନାରାବାଜି କରି ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭା ସ୍ଥଳରେ ପହଞ୍ଚିଥିଲେ । ସଭା ମଞ୍ଚରେ ମୋହନା ବିଡିଓ ବଂଶିଧର ଖୋସଲାଙ୍କ ସମେତ ଅଙ୍ଗନୱାଡି ସୁପରଭାଇଜର ତଥା ଓଏଲଏମ୍‍ ଅଧିକାରୀ ମଧ୍ୟ ବସିଥିବା ଦେଖିବାକୁ ମିଳିଥିଲା। ଯେଉଁ ମଞ୍ଚରେ ବିଜେଡିର ଦଳୀୟ ଚିହ୍ନ ମଧ୍ୟ ଥିଲା। ଏହାକୁ ନେଇ ସ୍ଥାନୀୟ ବିଜେପି ଓ କଂଗ୍ରେସ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ଦଳୀୟ ସମାବେଶରେ କିଭଳି ବିଡିଓ ମଞ୍ଚରେ ବସିଲେ ତାହାକୁ ନେଇ ଉଭୟ ବିଜେପି ଓ କଂଗେସ ପ୍ରଶ୍ନ କରିଛନ୍ତି। ସରକାରୀ କଳକୁ ଅପବ୍ୟବହାର କରି ବିଜେଡି ମହିଳା ସମାବେଶ କରିଛି। ଏଣୁ ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଫ୍ୟାକ୍ସ ମାଧ୍ୟମରେ ଦାବି ଜଣାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ରବିବାର ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଘୋର ନିନ୍ଦା କରିଛନ୍ତି।

ହାଇସ୍କୁଲ ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସମ୍ପାଦକ ଦାସରଥୀ ଗମାଙ୍ଗ ସାମ୍ବାଦିକ ସମ୍ମିଳନୀ କରି ବିଡିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ଓ ସେହିପରି ମୋହନା ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର ବେହେରା ଏହାର ତଦନ୍ତ କରି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ, ଉଭୟ ଦଳ ଆନ୍ଦୋଳନକୁ ଓହ୍ଲାଇବା ସହ ବ୍ଳକ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମନୋଜ ସାହୁ, ସୁଧିର ପାଇକ, ମନ୍ମଥ ମିଶ୍ର, ପ୍ରଭାତ ପାତ୍ର, ବାଳକୃଷ୍ଣ ମାଝୀ, ବ୍ରହ୍ମା ଶଙ୍କର ସାହୁ ପ୍ରମ୍ମୁଖ ଯୋଗ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, କଂଗ୍ରେସ ଆଦିବାସୀ ସେଲ ସଭାପତି ନିର୍ମଲ ପାଲ, ରମାକାନ୍ତ ମଲ୍ଲିକ,  ପ୍ରମ୍ମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories