ଯାଜପୁର : ଯାଜପୁର ଜିଲା ବିଝାଂରପୁର ଥାନା ଅନ୍ତର୍ଗତ ପୋଖରୀଛକ ନିକଟରୁ ଗୋଟିଏ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । ଠାବ କରି ପୁଲିସ ୩ ଜଣଙ୍କ ସହିତ ୭୪୬ବସ୍ତା ନକଲି ସିମେଣ୍ଟ ଜବତ କରିଛି । ଦୀର୍ଘ ଦିନ ଧରି ଏଠାରେ ବିଭିନ୍ନ ନାମୀ କମ୍ପାନୀର ସିମେଣ୍ଟକୁ ଭେଜାଲ କରାଯାଇ ବିକ୍ରି କରାଯାଉଥିଲା । ଏହି ସିମେଣ୍ଟ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୁଲିସ ସନ୍ଦେହ କରୁଛି । ଗିରଫ ତିନି ଜଣ ହେଉଛନ୍ତି ରାଜୀବ ଲୋଚନ ସାହୁ, ପରୀକ୍ଷିତ ଜେନା ଏବଂ ରଞ୍ଜନ ଗୁରୁ । ବିଂଝାରପୁର ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Popular Categories



