ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁକଟା ନିକଟବର୍ତ୍ତୀ ଅଂଶୁପା ରାସ୍ତା ଛକ ନିକଟରେ ଚଢାଉ କରାଯାଇ ଏକ ସ୍କୁଟିରେ ଚାଲାଣ କରାଯାଉଥିବା ୮୦ଲିଟର ମଦ ଜବତ କରାଯିବା ସହିତ ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ଭିରୁଡା ପଞ୍ଚାୟତ ଅନ୍ତର୍ଗତ ପଣସପାଟଣା ଗ୍ରାମର ପ୍ରମୋଦ କୁମାର ମୁଦୁଲି ଓ ଗୋଡିଝରିଆ ଗ୍ରାମର ଗଣେଶ ବେହେରା ଏକ ସ୍କୁଟିରେ ୪ଟି ରବର ମୁଣାରେ ୮୦ଲିଟର ଦେଶୀମଦ ନେଇ ଯାଉଥିବାବେଳେ ଅବକାରୀ ଅଧିକାରୀଙ୍କ ହାବୁଡରେ ପଡିଥିଲେ। ଉଭୟ ମଦ ଚାଲାଣକାରୀଙ୍କୁ ଗିରଫ କରାଯିବା ସହିତ ସ୍କୁଟି ଓ ମଦ ଜବତ କରାଯାଇଥିଲା। ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ନରସିଂହପୁର ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁ, ସିପାହୀ ରାଜକୃଷ୍ଣ ବିଶ୍ୱାଳ ଓ ପ୍ରେମାଞ୍ଜଳି ତିର୍କି ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।
Popular Categories



