www.samajalive.in
Saturday, December 13, 2025
26.1 C
Bhubaneswar

ସାଇନାଙ୍କ ବାୟୋପିକ୍ ରେ ଶ୍ରଦ୍ଧା

ମୁମ୍ବାଇ: ଏ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ଫଟୋ ଦେଖି ନାଁ ଶୁଣିବା ପରେ ଆପଣଙ୍କ ଆଖି ଧୋକା ଖାଇଗଲା ପରି ଲାଗିବ। କାରଣ ସେ ଆଦୌ ଶ୍ରଦ୍ଧାଙ୍କ ପରି ଲାଗୁ ନାହାନ୍ତି। ନିଜର ଲୁକ୍ ବଦଳାଇ ସେ ସାଇନା ନେହୱାଲ୍ ସାଜିଛନ୍ତି।
ଭୂଷଣ କୁମାରଙ୍କ ପ୍ରଯୋଜିତ ଓ ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧା ଝାଳବୁହା ପରିଶ୍ରମ କରିଛନ୍ତି।
ଶ୍ରଦ୍ଧା କହିଛନ୍ତି, ‘‘ଏହି ବାୟୋପିକ୍ କରିବା ପାଇଁ ମୁଁ ଏପର୍ୟ୍ୟନ୍ତ ୪୦ ଟି ବ୍ୟାଡ୍ମିଣ୍ଟନ୍ କ୍ଲାସ୍ ନେଇ ସାରିଲିଣି। ଏହା ବହୁତ କଷ୍ଟକର ଖେଳ। କିନ୍ତୁ ମୁଁ ଏହାକୁ ଖୁବ୍ ଉପଭୋଗ କରୁଛି।
କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଏକ ନିଆରା ଅନୁଭବ। ସାଇନାଙ୍କ ଜୀବନ କାହାଣୀ ବି ଖୁବ୍ ଚିତାକର୍ଷକ। ସେ ଯାହା ହରାଇଛନ୍ତି, ପାଇଛନ୍ତି ଓ ତାଙ୍କ ବିଜୟର ଯାତ୍ରା, ସବୁ କିଛିକୁ ମୁଁ ବହୁତ ଭଲ ଭାବେ ଅଭିନୟରେ ଦେଖାଇବାକୁ ଚେଷ୍ଟା କରିବି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories