www.samajalive.in
Sunday, December 7, 2025
23.1 C
Bhubaneswar

ଭଗବାନଙ୍କ ସମ୍ମୁଖରେ ଦୀପ ଜଳାଇବାର ରହସ୍ୟ

ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଅର୍ଚ୍ଚନା କରାଯାଇ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ। ଘରେ ଥିବା ବୟୋଜ୍ୟେଷ୍ଠମାନେ ମଧ୍ୟ କୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭ କରିବା ପୂର୍ବରୁ ମନ୍ଦିରରେ ଦୀପ ଲଗାଇବାକୁ କହିଥାଆନ୍ତି। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ମାନ୍ୟତା ରହିଛି। ଦୀପକୁ ପ୍ରକାଶର ପ୍ରତୀକ ତଥା ସୂର୍ଯ୍ୟଙ୍କର ପ୍ରତିନିଧିତ୍ୱ ବୋଲି ମଧ୍ୟ କୁହାଯାଇଥାଏ।
ଶାସ୍ତ୍ରରେ ଉଲ୍ଲେଖ ରହିଛି ଅଗ୍ନି ଦେବଙ୍କୁ ସାକ୍ଷୀ ରଖାଯାଇ ତାଙ୍କର ଉପସ୍ଥିତିରେ ଯେଉଁ କାର୍ଯ୍ୟ କରାଯାଏ, ତାହା ନିଶ୍ଚୟ ସଫଳ ହୋଇଥାଏ।
ଆମ ଶରୀରର ଗଠନରେ ସହାୟକ ହୋଇଥିବା ପଞ୍ଚତତ୍ତ୍ୱ ମଧ୍ୟରୁ ଅଗ୍ନି ମଧ୍ୟ ଗୋଟିଏ।
ଅଗ୍ନି ପୃଥିବୀରେ ସୂର୍ଯ୍ୟଙ୍କର ପରିବର୍ତ୍ତିତ ରୂପ ଅଟେ। ତେଣୁ ଦେବାଦେବୀଙ୍କ ପୂଜାର୍ଚ୍ଚନା ସମୟରେ ସକରାତ୍ମକ ଉର୍ଜ୍ଜାକୁ କେନ୍ଦ୍ରୀଭୂତ କରିବା ନିମନ୍ତେ ଦୀପ ପ୍ରଜ୍ଜ୍ୱଳିତ କରାଯାଏ।
ଦୀପର ରଶ୍ମୀରେ ପାପର କ୍ଷୟ ହୋଇଥାଏ।
ଏହା ଆମକୁ ସର୍ବଦା ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। କାରଣ ଏହା ଅନ୍ଧାରକୁ ଦୂର କରି ଆଲୋକ ପ୍ରଦାନ କରେ।
ଦୀର୍ଘାୟୁ, ଆରୋଗ୍ୟ, ପୁଣ୍ୟ, ସୁଖର ପ୍ରତୀକ ଅଟେ।
ମନ୍ଦିରରେ ମାନଙ୍କରେ ଦୀପ ଲଗାଇ ଆଳତୀ କରିବାର କାରଣ ହେଉଛି, ଭଗବାନ ଆମ ମନକୁ ଶାନ୍ତ ଓ ଜୀବନରେ ଉନ୍ନତିର ମାର୍ଗକୁ ଯିବାକୁ ପ୍ରେରଣା ଦେଇଥାଆନ୍ତି ।
ଗୃହରେ ଘିଅର ଦୀପ ଲଗାଇ ଆଳତୀ କଲେ ମା’ଲକ୍ଷ୍ମୀଙ୍କର ସ୍ଥାୟୀ ଭାବେ ବାସ ହେବା ସହ ମା’ଙ୍କ କୃପା ମଧ୍ୟ ସର୍ବଦା ହୋଇଥାଏ।
ଅଗ୍ନିର ସଂସ୍ପର୍ଶରେ ଆସିବା ଦ୍ୱାରା ବାତାବରଣ ମଧ୍ୟ ପବିତ୍ର ହୋଇଯାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories