www.samajalive.in
Monday, December 15, 2025
17.1 C
Bhubaneswar

ଅନ୍ୟ ଯୁବକର ପ୍ରେମରେ ପଡ଼ିଲା ପ୍ରେମିକା; ଜୀବନ ହାରିଲେ ପ୍ରେମିକ

ବଲାଙ୍ଗିର: ୨ବର୍ଷ ଧରି ପ୍ରେମ ସଂପର୍କ ଗଢି ଉଠିଥିଲା। ଉଭୟ ଉଭୟଙ୍କୁ ଭଲ ପାଉଥିଲେ। କିନ୍ତୁ ବଦଳିଗଲା ପ୍ରେମିକାର ମନ। ଅନ୍ୟ ଯୁବକଙ୍କ ପ୍ରେମରେ ଛନ୍ଦି ହେଇଗଲା ପ୍ରେମିକା। ଏକୁଟିଆ ହୋଇଗଲେ ପ୍ରେମିକ। ପ୍ରେମିକାଙ୍କୁ ମନାଇବାକୁ ଶେଷ ଉଦ୍ୟମ କରିଥିଲେ ପ୍ରେମିକ। କିନ୍ତୁ ପ୍ରେମିକା ରୋକଠୋକ ଶୁଣାଇ ଦେଇଥିଲେ ସେ ତାଙ୍କୁ ଆଉ ଭଲପାଉ ନାହାନ୍ତି। ସେ ଅନ୍ୟଜଣଙ୍କ ପ୍ରେମରେ, ତାଙ୍କ ସହ ସେ ଜୀବନ ଜିଇଁବାକୁ ଚାହୁଁଛନ୍ତି। ଶକ୍ତ ଆଘାତ ପାଇଥିଲେ ପ୍ରେମିକ। ଶେଷରେ ପ୍ରେମରେ ପ୍ରତାରିତ ପ୍ରେମିକ ଜୀବନ ହାରି ଦେଇଥିବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ବଲାଙ୍ଗିର ପୁଇଁନ୍ତଲା ଥାନା ଅଞ୍ଚଳରେ ଘଟିଛି। ତେବେ ପ୍ରେମକୁ ଗୁରୁତର ସହ ନେଉଥିବା ପ୍ରେମିକର ଆତ୍ମହତ୍ୟାକୁ ସହଜରେ ବନ୍ଧୁ ଓ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି।

ପୁଇଁନ୍ତଲା ଥାନା ପୁଇଁନ୍ତଲା ଗାଁର ସଞ୍ଜୀବ ସୁନାଙ୍କ ୨୨ ବର୍ଷୀୟ ପୁଅ ପ୍ରତାପ। ନିକଟସ୍ଥ ଏକ ଗାଁର ଜଣେ ଯୁବତୀଙ୍କ ସହ ଗତ ୨ ବର୍ଷ ହେଲା ପ୍ରେମ ସଂପର୍କରେ ପ୍ରତାପ ରହିଥିଲେ। କିନ୍ତୁ ଅଚାନକ ପ୍ରେମିକାଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଦେଖି ସନ୍ଦେହ ହୋଇଥିଲା। ପ୍ରତାପ ଖୋଳତାଡ କରିବା ପରେ ଅନ୍ୟଜଣେ ଯୁବକଙ୍କ ପ୍ରେମରେ ପ୍ରେମିକା ରହିଥିବା ପ୍ରତାପ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ପ୍ରତାପ ଉଦାସ ରହୁଥିଲେ ଅନେକ ସମୟ। କେମିତି ପୁଣିଥରେ ପ୍ରେମିକାଙ୍କୁ ସେ ପାଇବେ ସେଥିପାଇଁ ସୁଯୋଗ ଖୋଜୁଥିଲେ। ପ୍ରେମିକାଙ୍କୁ ଭେଟି ତାଙ୍କୁ ମନାଇବାକୁ ପ୍ରୟାସ କରିଥିଲେ। ଗୁରୁବାର ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରତାପ। ପ୍ରେମକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିବା ସହ ତାଙ୍କୁ ବୁଝାଇଥିଲେ। କିନ୍ତୁ ପ୍ରେମିକା ଜିଦ୍‌ରେ ଅଟ୍ଟଳ ଥିଲେ। ୨ ବର୍ଷର ପ୍ରେମ ପ୍ରତ୍ୟାଖିତ ହୋଇଥିବା ବେଳେ ପ୍ରେମିକା ଅନ୍ୟଜଣଙ୍କୁ ଭଲ ପାଉଥିବା ପ୍ରତାପଙ୍କୁ ଶୁଣାଇ ଦେଇଥିଲେ। ନିଜ ଆଖି ଆଗରେ ପ୍ରେମିକା ଅନ୍ୟଜଣଙ୍କୁ ପ୍ରେମ କରିବ, କେମିତି ସହିବ ମନ। ପ୍ରେମିକ ପ୍ରତାପ ସହି ପାରିଲେନି। ଘରକୁ ଫେରି ଆସିଲେ। ଘରେ ଦଉଡି ଦେଇ ସେ ଆତ୍ମହତ୍ୟା କଲେ। ଘର ଲୋକେ ଝୁଲନ୍ତା ଅବସ୍ଥାରେ ପୁଅକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ରାତିରେ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଇଁନ୍ତଲା ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ପ୍ରେମ କାରଣରୁ ପ୍ରତାପ ଆତ୍ମହତ୍ୟା କରିଥିବା ଓ ଶେଷ ଥର ପାଇଁ ପ୍ରେମିକାଙ୍କୁ ମନାଇବାକୁ ଯାଇ ବିଫଳ ହେବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ବନ୍ଧୁମାନେ ସୂଚନା ଦେଉଛନ୍ତି। ଯାହାକୁ ନେଇ ପୁଇଁନ୍ତଲା ଅଞ୍ଚଳରେ ଚର୍ଚ୍ଚା ଓ ଶୋକାକୁଳ ମାହୋଲ ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories