www.samajalive.in
Saturday, December 13, 2025
26.1 C
Bhubaneswar

‘ଦୋସ୍ତାନା ୨’ ରେ ରାଜକୁମାର

ମୁମ୍ବଇ : ଚଳିତ ଦିନରେ ଗୋଟିଏ ପରେ ଗୋଟିଏ ସଫଳତା ରାଜକୁମାରଙ୍କ ପାଦ ଛୁଇଁ ଚାଲିଛି। ତାଙ୍କ ପାଇଁ ଗତ କିଛି ବର୍ଷ ଖୁବ୍‍ ଲାଭଦାୟକ ପ୍ରମାଣ ହୋଇଛି। ଚଳିତ ବର୍ଷ ମଧ୍ୟ ତାଙ୍କର ସେହି ସଫଳତା ବଜାୟ ରହିଛି। ଇତିମଧ୍ୟରେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ଭରସା ମଧ୍ୟ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ତାଙ୍କୁ ପୁଣି ଏକ ଚଳଚ୍ଚିତ୍ରରେ ସାମିଲ ହେବାର ସୁଯୋଗ ମିଳିଛି। ଖୁବ୍‍ଶୀଘ୍ର ରାଜକୁମାର ‘ଦୋସ୍ତାନା’ର ଦ୍ୱିତୀୟ ଭାଗରେ କାମ କରିବାକୁ ଯାଉଛନ୍ତି। ତେବେ ରାଜକୁମାର ଏପର୍ଯ୍ୟନ୍ତ ନିଜ ତରଫରୁ ଏ ବିଷୟରେ କୌଣସି ଘୋଷଣା କରିନାହାନ୍ତି। ରାଜକୁମାରଙ୍କ ସହ ଚଳଚ୍ଚିତ୍ରରେ ଆଉ କେଉଁମାନଙ୍କୁ ଦେଖିବାକୁ ମିଳିବ, ସେ ବିଷୟରେ ମଧ୍ୟ କୌଣସି ଚର୍ଚ୍ଚା ହୋଇନାହିଁ।

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କୋଲିନ୍‍ ଡି’କୁନ୍‍ହା ବହନ କରିବାର ସୂଚନା ମିଳିଛି। କରଣ ଜୋହର ‘ଦୋସ୍ତାନା ୨’ ରେ ନୂଆ ସଦସ୍ୟମାନଙ୍କ ସହ କାମ କରିବାକୁ ଚାହୁଛନ୍ତି ବୋଲି ସେ ନିଜେ ମତପ୍ରକାଶ କରିଛନ୍ତି। ରାଜକୁମାରଙ୍କ ପୂର୍ବ ଚଳଚ୍ଚିତ୍ର ‘ସ୍ତ୍ରୀ’ ଖୁବ୍‍ ସଫଳତା ହାସଲ କରିଛି। ତେବେ ଦେଖିବାକୁ ରହିଛି ‘ଦୋସ୍ତାନା ୨’ ଚଳଚ୍ଚିତ୍ରରେ ରାଜକୁମାର ନିଜ ଭୂମିକାକୁ ଯଥାର୍ଥତା ଦେଇ ପାରୁଛନ୍ତି କି ନାହିଁ।

- Advertisement -

ପ୍ରଥମ ‘ଦୋସ୍ତାନା’ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଏଥିରେ ପ୍ରିୟଙ୍କା ଚୋପ୍‍ଡ଼ା, ଅଭିଷେକ ବଚ୍ଚନ ଓ ଜନ୍‍ ଆବ୍ରାହମ୍‍ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ତରୁଣ ମନସୁଖାନୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ର ୨୦୦୮ରେ ମୁକ୍ତିଲାଭ କରିଥିଲା ଓ ଏହାର ଗୀତ ଗୁଡ଼ିକ ଖୁବ୍‍ ଲୋକପ୍ରିୟ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories